କୋରୁକୋଣ୍ଡା,୧୬ା୧୧(ଡି.ଏନ୍.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ୧୨ଟି ପଞ୍ଚାୟତରେ ନୂତନ ଭାବେ ନିର୍ବାଚିତ ଜନପ୍ରତିନିଧି ତଥା ସରପଞ୍ଚମାନଙ୍କ ସହମତି ପ୍ରକ୍ରିୟାରେ ବୁଧବାର କାମବାଡ଼ା ସରପଞ୍ଚ ରମାକାନ୍ତ ମାଡକାମିଙ୍କୁ ସରପଞ୍ଚମାନଙ୍କ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ତୁମୁସାପଲ୍ଲୀ ସରପଞ୍ଚ ଦେବା ମାଡକାମିଙ୍କୁ ସମ୍ପାଦକ ଭାବେ ଚୟନ କରାଯାଇଛି । ଏ ନେଇ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ୧୨ଟି ପଞ୍ଚାୟତର ସରପଞ୍ଚଙ୍କ ଦାରା କୋରୁକୋଣ୍ଡା ବି ଅଂଶୁମାନ ମହାପାତ୍ରଙ୍କୁ ଏକ ସହମତି ପତ୍ର ପ୍ରଦାନ କରାଯିବା ସହ ଏହାର ନକଲ ଜିଲାପାଳ ଓ ଉପଜିଲାପାଳଙ୍କ ଗୋଚରାଥେ ପ୍ରେରଣ କରାଯାଇଛି। ନୂତନ ଭାବେ ଚୟନ ହୋଇଥିବା ସଭାପତି ରମାକାନ୍ତ ମାଡକାମି ସରପଞ୍ଚମାନଙ୍କ କାର୍ଯ୍ୟରେ ହେଉଥିବା ଅସୁବିଧାକୁ କିପରି ସମାଧାନ କରାଯିବ ସେନେଇ ପ୍ରୟାସ କରିବେ ବୋଲି କହିଛନ୍ତି।