ପଞ୍ଚାୟତ ଅଧିକାରୀଙ୍କୁ ଆକ୍ରମଣ କରି ଗିରଫ ହେଲେ ସରପଞ୍ଚଙ୍କ ପୁଅ

ବୁଗୁଡ଼ା,୨୦।୩(ଡି.ଏନ.ଏ.): ଫେବୃୟାରୀ ୨୬ ରାତିରେ ୪୧ ନମ୍ବର ଜୋନ୍‌ର ଭୋଟ ଗଣତି ସାରି ଫେରୁଥିବା ବେଳେ ବୁଗୁଡ଼ା ବ୍ଲକ ଛକରେ ଗୋଲିଆ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୋଦ ଚନ୍ଦ୍ର ସେଠୀଙ୍କୁ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ବୁଗୁଡା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ୪୨ ନମ୍ବର ଜୋନର ଭାଜପା ଜିଲା ପରିଷଦ ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ଭୂୟଁା ଏବଂ ଗୌଡିଆବୋରଦା ପଞ୍ଚାୟତର ଭାଜପା ସମର୍ଥିତ ବିଜୟୀ ସରପଞ୍ଚ ପ୍ରାର୍ଥିନୀଙ୍କ ପୁଅ ପ୍ରକାଶ ମହାରଥା। ଏନେଇ ବୁଗୁଡ଼ା ଥାନାରେ ଏକ ମାମଲା(ନଂ. ୧୧୯/୨୨) ରୁଜୁ ହେଇଥିଲା। ଘଟଣା ପରଠାରୁ ଅଭିଯୁକ୍ତ ଦ୍ୱୟ ଫେରାର ଥିଲା ବେଳେ ପୋଲିସ ପ୍ରକାଶଙ୍କୁ ଚେନ୍ନାଇରୁ ଏବଂ ପୂର୍ଣ୍ଣଙ୍କୁ ଫୁଲବାଣୀରୁ ଧରିଛି।