Advertisement

ସାରୁଅ ଜମି ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

ଖୋର୍ଦ୍ଧା ଅଫିସ,୩୦ା୧୦: ଓଟିଭି କର୍ତ୍ତୃପକ୍ଷଙ୍କ ବିରୋଧରେ ହୋଇଥିବା ଜମି ହଡ଼ପ ମାମଲାରେ ଗୁରୁବାର ୩ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ ଖୋର୍ଦ୍ଧା ଜିଲା ସାରୁଅ ମଲ୍ଲିକ ସାହିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅପରାହ୍ନ ୧ଟାରେ ଏହି ଟିମ୍‌ ପ୍ରଥମେ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣିବା ସହ ବୟାନ ରେକର୍ଡ କରିଛନ୍ତି। ଏହା ପରେ କ୍ରାଇମବ୍ରାଞ୍ଚ ଟିମ୍‌ ବିବାଦୀୟ ଜମି, ପୋଖରୀ ସଲଗ୍ନ ଚାଷଜମି, ମହିଳା ବିକାଶ ସମିତି ସ୍ଥାନ ଆଦି ବୁଲି ଦେଖିଥିଲେ। ଅନ୍ୟପଟେ ମହିଳା ସଶକ୍ତୀକରଣ ଆଳରେ ଗଢି ଉଠିଥିବା ସାରୁଅ ମହିଳା ବିକାଶ ସମିତିର ସଭାପତିଙ୍କ ସମେତ ସମସ୍ତ କର୍ମକର୍ତ୍ତା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା ପତ୍ର ଓଟିଭି ଏମ୍‌ଡିଙ୍କ ନିକଟକୁ ପଠାଇ ଦିିଆଯାଇଛି। ସମସ୍ତ ରିପୋର୍ଟକୁ ତର୍ଜମା କରିବା ପରେ ସମୂହଭାବେ ସମିତି ସଦସ୍ୟ ପଦରୁ ଇସ୍ତଫା ଦେଇଛୁ ବୋଲି ସମିତି ସଭାପତି ଜୟନ୍ତୀ ସାହୁ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share