ପ୍ରେମିକାଙ୍କ ପାଇଁ ଦିଲ୍ଲୀରେ ମାଡ଼ ଖାଇଥିଲେ ଶାହାରୁଖ; ସ୍ତ୍ରୀ ଗୌରୀଙ୍କୁ ଆଜି ବି କୁହନ୍ତି ଭାଉଜ, କାରଣ ଜାଣିଲେ…

ବମ୍ବେ: ସଂଘର୍ଷର ଅନ୍ୟନାମ ସଫଳତା। ଜୀବନରେ ଯିଏ ସଂଘର୍ଷ କରିଛି ସେ ଦିନେ ନା ଦିନେ ସଫଳତାର ସ୍ବାଦ ଚାଖିଛି। ସେଭଳି ଜଣେ ବଲିଉଡ ସୁପରଷ୍ଟାର ହେଲେ ଶାହରୁଖ ଖାନ୍‌। ସେ କିଙ୍ଗ ଖାନ୍‌, ରୋମାନ୍ସ କିଙ୍ଗ ଭାବେ ପ୍ରଶଂସକଙ୍କ ଗହଣରେ ବେଶ ଜଣାଶୁଣା। ହେଲେ ବଲିଉଡ ବାଦଶାହ ହେବା ପୂର୍ବରୁ ଦିଲ୍ଲୀର ଜଣେ ସାଧାରଣ ଯୁବକ ଥିଲେ ଶାହାରୁଖ।

ସେତେବେଳେ ସେ ଗୌରୀଙ୍କ ପ୍ରେମରେ ପଡ଼ିଥିଲେ। ପାଖରେ କିଛି ନ ଥିବାବେଳେ ପ୍ରେମିକା ଥିବା ବେଶ ବଡ଼ କଥା ଥିଲା।
ଗୌରୀ ଶାହାରୁଖଙ୍କ ସହ ବୁଲାବୁଲି କରୁଥିଲେ। ଫଳରେ ଅନ୍ୟମାନଙ୍କ ନଜରରେ ଆସିବା ସ୍ବାଭାବିକ। ଦିନେ ଗ୍ରିନ ପାର୍କ ଯାଇଥିବା ବେଳେ କିଛି ଗୁଣ୍ଡା ଶ୍ରେଣୀୟ ଯୁବକ ସେମାନଙ୍କ ପାଖକୁ ଆସି ‘ଯୁବତୀ ଜଣଙ୍କ କିଏ’ ବୋଲି ପ୍ରଶ୍ନ କରିଥିଲେ।

ଏହାର ଜବାବରେ ଶାହାରୁଖ କହିଥିଲେ ସେ ମୋ ପ୍ରେମିକା। ହେଲେ ଯୁବକଜଣଙ୍କ କହିଥିଲେ, ନା, ସେ ପ୍ରେମିକା ନୁହଁ ତୋ ଭାଉଜ। ଏହାକୁ ନେଇ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏପରିକି ଉକ୍ତ ଯୁବକ ଶାହାରୁଖଙ୍କ ମୁହଁକୁ ମାରିଥିଲେ। ସେବେଠାରୁ ଶାହାରୁଖ ଯେବେ ଦିଲ୍ଲୀ ଯାଆନ୍ତି, କିଏ ପଚାରିଲେ ଗୌରୀଙ୍କୁ ନିଜର ଭାଉଜ ବୋଲି କହିଥାନ୍ତି। ବିବାହ ପରେ ବି ଏହା ବଦଳି ନାହିଁ।

Share