ସରୁନି ୱାଲ୍‌ ପେଣ୍ଟିଂ: ପଡ଼ି ରହିଛି ଲକ୍ଷାଧିକ ଟଙ୍କା

ବାଲେଶ୍ୱର ଅଫିସ,୩।୪-କରୋନା ସମୟରେ ସରକାର ସହରାଞ୍ଚଳରେ ବସବାସ କରୁଥିବା ଚିତ୍ରଶିଳ୍ପୀ, କାରିଗର ଓ ମହିଳାଗୋଷ୍ଠୀମାନଙ୍କୁ ରୋଜଗାର ଯୋଗାଇଦେବା ପାଇଁ ନୂଆ ନୂଆ ଯୋଜନା ପ୍ରଣୟନ କରିଥିଲେ। ସେଗୁଡିକ ମଧ୍ୟରେ ସହରାଞ୍ଚଳ ଶ୍ରମଭିତ୍ତିକ କର୍ମନିଯୁକ୍ତି ଯୋଜନା ଅନ୍ୟତମ। ଏହାର ସଫଳ ରୂପାୟନ ପାଇଁ ସହରରେ ଆବର୍ଜନା, ୱେଜ୍‌ ଏମ୍ପ୍ଲୋୟମେଣ୍ଟ ଇନିସିଏଟିଭ୍‌ ସ୍କିମ୍‌ ଜରିଆରେ ସରକାରୀ କାନ୍ଥଗୁଡ଼ିକୁ ରଙ୍ଗ କରାଯାଇ ସୁନ୍ଦର ସୁନ୍ଦର ଚିତ୍ର ଅଙ୍କାଯାଉଛି। ଯାହାକୁ ଆଙ୍କି ଅନେକ ଚିତ୍ରଶିଳ୍ପୀ ଓ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାମାନେ କାମ ପାଇବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ବାଲେଶ୍ୱର ସହରରେ ଅନେକ ଜାଗାରେ ଏଷ୍ଟିମେଟ୍‌ଠାରୁ ବହୁତ କମ୍‌ ଟଙ୍କା ବ୍ୟବହାର କରାଯାଇଛି। ଲକ୍ଷ ଲକ୍ଷ ଟଙ୍କା ବ୍ୟାଙ୍କ ଖାତାରେ ପଡ଼ି ରହିଛି। ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ପାଇଁ ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି।
ବାଲେଶ୍ୱର ପୌରାଞ୍ଚଳ ୨ନଂ. ୱାର୍ଡ଼ ବଡ଼ଖୁଆ ଗ୍ରାମର ବଳାଙ୍ଗୀ କଲେଜ ସମ୍ମୁଖ ପାର୍କ ପାଚେରିରେ ଉକ୍ତ ଯୋଜନାରେ ୱାଲ୍‌ ପେଣ୍ଟିଂ ହୋଇଛି। ଉକ୍ତ ପାଚେରିରେ ନାଗରିକ ସୂଚନାଫଳକ ମଧ୍ୟ ଲାଗିଛି। ୱାଲ୍‌ପେଣ୍ଟିଂ ପାଇଁ ପ୍ରକଳ୍ପ ମୂଲ୍ୟ ୧ଲକ୍ଷ ୯ହଜାର ୭ଶହ ଟଙ୍କା ହୋଇଥିବା ବେଳେ ନିତାଇ ଗୌର ସ୍ବୟଂସହାୟକ ଗୋଷ୍ଠୀ କାର୍ଯ୍ୟନିର୍ବାହୀ ସଂସ୍ଥା ଭାବେ ପୌରାଞ୍ଚଳ ଅଫିସ୍‌ରୁ କାର୍ଯ୍ୟାଦେଶ ପାଇଛି। ନାଗରିକ ସୂଚନା ଫଳକରେ କାର୍ଯ୍ୟାରମ୍ଭ ତାରିଖ ଓ କାର୍ଯ୍ୟ ସମ୍ପୂର୍ଣ୍ଣ ତାରିଖ ଲେଖା ନ ଥିବା ବେଳେ କାନ୍ଥରେ ମାତ୍ର ୪ଟି ଚିତ୍ର ଦେଖିବାକୁ ମିଳୁଛି। ଉକ୍ତ ପ୍ରକଳ୍ପର ଆଶିଂକ ବିଲ୍‌ ମଧ୍ୟ ପୈଠ ହୋଇଛି। ସ୍ବୟଂ ସହାୟିକା ଗୋଷ୍ଠୀ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ନାଁ ଧରୁ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ପୌରାଞ୍ଚଳର ପ୍ରତ୍ୟେକ ୱାର୍ଡ଼କୁ ଏହି ପ୍ରକଳ୍ପରେ ୧ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ମିଳିଛି। କେତେକ ୱାର୍ଡ଼ରେ କାର୍ଯ୍ୟ ଶେଷ ହୋଇଥିବା ବେଳେ ଅଧିକାଂଶ ୱାର୍ଡ଼ରେ ଏଭଳି ଅଧାପନ୍ତରିଆ ଅବସ୍ଥା ଦେଖିବାକୁ ମିଳିଛି।
ଏନେଇ ପୌରାଞ୍ଚଳର କମ୍ୟୁନିଟି ଅର୍ଗାନାଇଜେର ସାବିତ୍ରୀ ମିଶ୍ର କହିଛନ୍ତି, ସହରାଞ୍ଚଳ ଶ୍ରମଭିତ୍ତିକ କର୍ମନିଯୁକ୍ତି ଯୋଜନାରେ ଉକ୍ତ ପ୍ରକଳ୍ପଗୁଡିକୁ ସ୍ବୟଂ ସହାୟିକା ଗୋଷ୍ଠୀମାନଙ୍କୁ ଦିଆଯାଇଛି। କେତେକ ଶେଷ କରିଦେଇଥିବା ବେଳେ ଅଧିକାଂଶ ସମ୍ପୂର୍ଣ୍ଣ କରିବା ପାଇଁ ସମୟ ଲଗାଉଛନ୍ତି। ଏନେଇ ବିଭାଗ ତରଫରୁ ବାରମ୍ବାର ତାଗିଦ୍‌ କରାଯାଉଛି। ଯେଉଁ ଗୋଷ୍ଠୀ ଯେତିକି ୱାଲ୍‌ପେଣ୍ଟିଂ କରୁଛି ସେହି ଅନୁସାରେ ବିଲ୍‌ ପୈଠ କରାଯାଉଛି। ବାକି ଥିବା କାର୍ଯ୍ୟ ଖୁବ ଶୀଘ୍ର ସମ୍ପୂର୍ଣ୍ଣ କରାଯିବାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାଶନାଲ ପାର୍କ ମାନ୍ୟତା ପାଇଲା ଶିମିଳିପାଳ ଜାତୀୟ ଉଦ୍ୟାନ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ମୟୂରଭଞ୍ଜ ଜିଲାର ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟକୁ ଗୁରୁବାରଠାରୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିଛି। ଏହା ଆଜି ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନ (ନ୍ୟାଶନାଲ)ର...

ମୁଣ୍ଡରେ ଲଗାଇଲେ ବନ୍ଧୁକ, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ଉଦଳା,୨୪ା୪(ସନ୍ତୋଷ କୁମାର ବାଛିନି): ଆସିଲେ ବିଚ୍‌ ରାସ୍ତାରେ ବାଇକ୍‌ ଅଟକାଇ ମୁଣ୍ଡରେ ଲଗାଇଲେ ବନ୍ଧୁକ। ଆଉ ଲୁଟିନେଲେ ୩୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର।...

କଟକରେ ମହାନଦୀରେ ଗାଧୋଉଥିବା ବେଳେ ଦୁଇ ଯୁବକଙ୍କର ମୃତ୍ୟୁ

କଟକ,୨୪।୪: ଗୁରୁବାର କଟକରେ ମହାନଦୀରେ ଭାସି ଯାଇଥିବା ଦୁଇ ଯୁବକଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଥିଲେ। କିନ୍ତୁ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ...

ଅଗ୍ନିବୀର ନିଯୁକ୍ତି ଦୁର୍ନୀତି: ଖୋର୍ଦ୍ଧାରେ ୩ ନୌସେନା ଅଧିକାରୀ ଗିରଫ, ୧୨ଟି ବ୍ୟାଙ୍କ ଆକାଉଣ୍ଟ ଜବତ

ଭୁବନେଶ୍ୱର,୨୪।୪(ପ୍ରଭାତ ପାଣିଗ୍ରାହୀ): ଏକ ବଡ଼ ସଫଳତାରେ, ଖୋର୍ଦ୍ଧା ପୋଲିସ ଆଇଏନଏସ ନିଯୁକ୍ତି ପ୍ରକ୍ରିୟାରେ ଏକ ବିରାଟ ଠକେଇର ପର୍ଦ୍ଦାଫାଶ କରିଛି। ଭାରତୀୟ ନୌସେନାରେ ଅଗ୍ନିବୀର ଭାବେ...

୧,୧୯୨ କୋଟି ଟଙ୍କାର ସାତଟି ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୪।୪: ଓଡ଼ିଶା ସରକାର ୧,୧୯୧.୪୭ କୋଟି ଟଙ୍କାର ସାତଟି ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଳ ଦେବଙ୍କ ଅଧ୍ୟକ୍ଷତାରେ...

ତପସ୍ବିନୀ ଟ୍ରେନ୍‌ ରହଣି ପାଇଁ ଡିଆରଏମ୍‌ଙ୍କ ନିକଟରେ ଦାବି

କେସିଙ୍ଗା,୨୪ା୪(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ୍‌ ରେଳ ଷ୍ଟେଶନରେ ୨ ମିନିଟ୍‌ ତାପସ୍ବିନୀ ଟ୍ରେନ୍‌ ରହଣି ସମେତ ବିଭିନ୍ନ ସମସ୍ୟା ଉପରେ...

ଆଉ ଦୁଇଦିନ ଜାଳିବ, ରବିବାର ଫେରିବ କାଳବୈଶାଖୀ

ଭୁବନେଶ୍ୱର,୨୪ା୪: ଗୁରୁବାର ଓଡ଼ିଶାର କିଛି ଅଞ୍ଚଳ ପାଇଁ ଗ୍ରୀଷ୍ମ ଲହରୀ ଚେତାବନୀ ଜାରି କରାଯାଇଛି। ରାଜ୍ୟର ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ...

ଦୀଘାରେ ଜଗନ୍ନାଥ ମନ୍ଦିର ଉଦ୍‌ଘାଟନୀ ଦିନ ରୋଷ କାର୍ଯ୍ୟରେ ସାମିଲ ହେଲେ କାର୍ଯ୍ୟାନୁଷ୍ଠାନ

ପୁରୀ,୨୪।୪: ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଦିଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିର ଆସନ୍ତା 30 ତାରିଖ ଅକ୍ଷୟ ତୃତୀୟାରେ ଉଦଘାଟନ ହେବ। ଏହି କାର୍ଯ୍ୟକ୍ରମରେ ପୁରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image