Posted inଜାତୀୟ

ଭାଜପାକୁ ପାନେ ଦେବେ ନୀତୀଶ କୁମାର! ଭିତିରିଆ ଚାଲିଛି ପ୍ଲାନିଂ

ପାଟନା,୧୫।୭: ଚଳିତ ବର୍ଷ ଶେଷ ସୁଦ୍ଧା ଝାଡଖଣ୍ଡ ବିଧାନସଭା ନିର୍ବାଚନ ୨୦୨୪ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି କରୁଥିବା ଭାରତୀୟ ଜନତନ୍ତ୍ର ମୋର୍ଚ୍ଚା (ବିଜେଏମ୍‌) ମୁଖ୍ୟ ତଥା ପୂର୍ବତନ ଭାଜପା ନେତା ସରୟୁ ରାୟ କହିଛନ୍ତି, ସେ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜନତା ଦଳ (ୟୁନାଇଟେଡ) ସହିତ ମେଣ୍ଟ କରିବାର ସମ୍ଭାବନା ରହିଛି।
ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାରୀ ବାସଭବନରେ ସାକ୍ଷାତ ପରେ ସରୟୁ ରାୟ ଏହି ସୂଚନା ଦେଇଛନ୍ତି। ଝାଡଖଣ୍ଡର ପୂର୍ବତନ ମନ୍ତ୍ରୀ ସରୟୁ ପାଞ୍ଚ ବର୍ଷ ପୂର୍ବେ ଭାରତୀୟ ଜନତା ପାର୍ଟି ଛାଡିଥିଲେ। ୨୦୧୯ ବିଧାନସଭା ନିର୍ବାଚନରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ପରାସ୍ତ କରି ସେ ଜଣେ ବଡ ନେତା ଭାବରେ ଉଭା ହୋଇଥିଲେ। ଏଭଳି ପରିସ୍ଥିତିରେ ଯଦି ତାଙ୍କ ଦଳ ଜେଡିୟୁ ସହ ଏକ ମେଣ୍ଟ ଗଠନ କରେ, ତେବେ ଏହା ଭାଜପା ପାଇଁ ଏକ ବଡ ଝଟକା ହୋଇପାରେ।
ସରୟୁ କହିଛନ୍ତି, ଆଗାମୀ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଆମର ସମ୍ଭାବ୍ୟ ମେଣ୍ଟ ବିଷୟରେ ଏକ ସଂକ୍ଷିପ୍ତ କିନ୍ତୁ ଅର୍ଥପୂର୍ଣ୍ଣ ଆଲୋଚନା ହୋଇଛି। ମିଳିତ ଭାବେ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମଧ୍ୟ ଏକ ସହମତି ପ୍ରକାଶ ପାଇଛି। ଅବଶିଷ୍ଟ ବିଷୟ ଉପରେ ଜେଡିୟୁ ନେତୃତ୍ୱ ଖୁବ ଶୀଘ୍ର ନିଷ୍ପତ୍ତି ନେବେ।
ସେ କହିଛନ୍ତି, କିଛି ସମସ୍ୟା ଅଛି ଯାହା ପରେ ଚୂଡାନ୍ତ ହେବା ଆବଶ୍ୟକ। ଆଲୋଚନାର ଫଳାଫଳକୁ ନେଇ ମୁଁ ସମ୍ପୂର୍ଣ୍ଣ ସନ୍ତୁଷ୍ଟ। ଜିନିଷଗୁଡିକ ଶୀଘ୍ର ଚୂଡ଼ାନ୍ତ ରୂପ ନେବ।
ନୀତୀଶ କୁମାରଙ୍କ ନିକଟତମ ବିବେଚିତ ମନ୍ତ୍ରୀ ବିଜୟ କୁମାର ଚୌଧୁରୀ ମଧ୍ୟ ସମାନ ମତ ପ୍ରକାଶ କରି କହିଛନ୍ତି ଯେ ହଁ, ସରୟୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଏବଂ ଆଗାମୀ ଝାଡଖଣ୍ଡ ବିଧାନସଭା ନିର୍ବାଚନ ସମ୍ପର୍କରେ ଉଭୟ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ମୁଖ୍ୟ ଦାବିକୁ ଗ୍ରହଣ କଲେ ସରକାର

କୋଲକାତା,୧୬ା୯: ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରୋଗୀସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୋମବାର ରାତିରେ...

‘ରାହୁଲଙ୍କ ଜିଭ କାଟିଲେ ୧୧ ଲକ୍ଷ ପୁରସ୍କାର ଦେବି’, ଶିବସେନା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ

ମୁମ୍ବାଇ, ୧୬।୯: ମହାରାଷ୍ଟ୍ରର ଶିବଶେନା ବିଧାୟକ ସଞ୍ଜୟ ଗାଏକ୍ୱାଡ୍‌ ସୋମବାର ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି।...

କଶ୍ମୀର ନିର୍ବାଚନ: ଆସିଲା କଂଗ୍ରେସର ନିର୍ବାଚନୀ ଇସ୍ତାହାର, ଜାଣନ୍ତୁ କ’ଣ ସବୁ ରହିଛି ପ୍ରତିଶ୍ରୁତି…

ଶ୍ରୀନଗର,୧୬ା୯: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ସୋମବାର ଦଳୀୟ ଇସ୍ତାହାର ପ୍ରକାଶ ପାଇଛି। ଏଥିରେ କୃଷକ, ମହିଳା ଏବଂ ଯୁବବର୍ଗଙ୍କ ପାଇଁ ଅନେକ...

ମମତାଙ୍କ ସହ ଆଲୋଚନାରେ ଯୋଗଦେଲେ ଡାକ୍ତର

କୋଲକାତା,୧୬ା୯: ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରୋଗୀସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୋମବାର ରାତିରେ...

ଆତଙ୍କବାଦକୁ ପାତାଳରେ କବର ଦେବୁ: ଜମ୍ମୁ କଶ୍ମୀରରେ ଗର୍ଜିଲେ ଶାହା

ଶ୍ରୀନଗର,୧୬।୯: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଅଭିଯାନ ଚରମ ସୀମାରେ ରହିଛି। ନିର୍ବାଚନ ପୂର୍ବରୁ ରାଜନେତାମାନେ ପରସ୍ପର ଉପରେ ଆରୋପ-ପ୍ରତ୍ୟାରୋପ କରି ଭୋଟରଙ୍କୁ...

ଆଗାମୀ ୧୦୦୦ ବର୍ଷ ପ୍ଲାନିଂର ଖୁଲାସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୬।୯: ମୋଦି ୩.୦ର ୧୦୦ ଦିନ ସମାପ୍ତ ହୋଇଛି। ଗୁଜରାଟର ଗାନ୍ଧୀ ନଗରରେ ଆୟୋଜିତ ହୋଇଥିବା ‘ଗ୍ଲୋବାଲ ରିନ୍ୟୁଆଲ ଏନର୍ଜି ଇନଭେଷ୍ଟର୍ସ ମିଟ ଆଣ୍ଡ ଏକ୍ସପୋ’ର...

ଉଦ୍‌ଘାଟନ ପୂର୍ବରୁ ବନ୍ଦେ ମେଟ୍ରୋର ବଦଳିଲା ନାଁ

ନୂଆଦିଲ୍ଲୀ,୧୬।୯: ଦେଶର ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନର ନାମ ଉଦଘାଟନ ପୂର୍ବରୁ ବଦଳିଛି। ଏହାର ନାମ ‘ନମୋ ଭାରତ ରାପିଡ ରେଳ’ ରଖାଯାଇଛି। ରେଲଓ୍ବେ ପକ୍ଷରୁ...

ପୂର୍ବରୁ ଫେଲ ମାରିବା ପରେ କାହିଁକି ପୁଣିଥରେ ଡାକ୍ତରଙ୍କୁ ବୈଠକ ପାଇଁ ଡାକିଲେ ମମତା

କୋଲକାତା,୧୬।୯: ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିବା ମାମଲାରେ ଆଜିବି ବିରୋଧ ପ୍ରଦର୍ଶନ କରୁଥିବା ଡାକ୍ତରମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri