Categories: ଜାତୀୟ

ଆସନ୍ତା ବର୍ଷ ଜାନୁୟାରୀରେ ମୁକୁଳି ପାରନ୍ତି ଶଶିକଳା

ବେଙ୍ଗାଲୁରୁ,୧୫ ।୯: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତା ଜୟାଲଳିତାଙ୍କ ଅତି ନିକଟତମ କୁହାଯାଉଥିବା ଭିକେ ଶଶିକଳା ବେଙ୍ଗାଲୁରୁର ସେଣ୍ଟ୍ରାଲ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି । ତେବେ ସେ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୧ ମସିହା ଜାନୁୟାରୀରେ ମୁକୁଳି କାରନ୍ତି ବୋଲି କୁହାଯାଉଛି । ଅନୁପଯୁକ୍ତ ସମ୍ପତ୍ତି ମାମଲରେ ଦୋଷୀ ସାବ୍ୟସ୍ତ ହୋଇ ସେ ଏବେ ଜେଲରେ ରହିଛନ୍ତି । ଯଦି ତାଙ୍କ ଉପରେ ଲାଗିଥିବା ଜରିମାନା ରାଶି ସେ ପଇଠ ନ କରନ୍ତି ତେବେ ତାଙ୍କ ମୁକୁଳିବାର ସମୟ ୨୦୨୧, ଫେବୃୟରୀକୁ ଘୁଞ୍ଚିପାରେ ବୋଲି ଜଣାପଡିଛି । ଏହି ସୂଚନା ବେଙ୍ଗାଲୁରୁ ସେଣ୍ଟ୍ରାଲ ଜେଲର ସୁପରିଣ୍ଟେଣ୍ଡ ଦେଇଛନ୍ତି । ଏହାସହ ଯଦି ସେ ପାରୋଲ ସୁବିଧା ନେଇଥିବେ ତେବେବି ତାଙ୍କ ମୁକୁଳିବା ତାରିଖରେ ପରିବର୍ତ୍ତନ ହୋଇପାରେ ।

Share