ବେଙ୍ଗାଲୁରୁ,୮ ।୨: ଏଆଇଏଡିଏମ୍କେରୁ ବହିସ୍କୃତ ହୋଇଥିବା ନେତ୍ରୀ ଶଶିକଳା ସୋମବାର ବେଙ୍ଗାଲୁରୁରୁ ତାମିଲନାଡୁ ଫେରୁଛନ୍ତି । ଏଥିପାଇଁ ହୋସୁରର କର୍ନାଟକ-ତାମିଲନାଡୁ ସୀମାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବହୁଦିନ ପରେ ନିଜ ପ୍ରିୟ ନେତାଙ୍କୁ ଦେଖିବାକୁ ବହୁ ସଂଖ୍ୟାରେ ସମର୍ଥକ ରାସ୍ତାରେ ଭିଡ ଲଗାଇଛନ୍ତି । ସୂଚନାଯୋଗ୍ୟ, କିଛିଦିନ ହେବ ସେ କରୋନାରେ ପୀଡ଼ିତ ଥିବା ବେଳେ ସୁସ୍ଥ ହୋଇ ବେଙ୍ଗାଲୁରୁରେ ରହିଥିଲେ । ଦୀର୍ଘ ପ୍ରାୟ ୪ ବର୍ଷପରେ ସେ ତାମିଲନାଡୁ ଫେରୁଛନ୍ତି । ସୂଚନାଯୋଗ୍ୟ, ଜେଲରେ ସଜା କାଟୁଥିବା ଶଶିକଳା କିଛିଦିନ ପୂର୍ବେ କରୋନାରେ ପୀଡ଼ିତ ହୋଇଥିଲେ । ଏହାପରେ ଚିକିତ୍ସା ହେବାରୁ ସୁସ୍ଥ ହୋଇ ବେଙ୍ଗାଲୁରୁରେ ରହିଥିଲେ । ଏବେ ସେ ପ୍ରାୟ ୨୦୦ ଗାଡିର ରାଲିସହ ତାମିଲନାଡୁ ଫେରିଛନ୍ତି ।