ହକ୍‌ ପାଇଁ ସ୍ବାମୀଙ୍କ ଘର ସମ୍ମୁଖରେ ବସିଲେ

ଅନୁଗୋଳ,(ଅମିତ କୁମାର ସାମଲ)/ କଣିହଁା, (ସଚିଦାନନ୍ଦ ପ୍ରଧାନ), ପାଲଲହଡ଼ା, (ଦିବ୍ୟଜ୍ୟୋତି ଦାଶ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/
ବଇଣ୍ଡା (ପରିକ୍ଷିତ ସାହୁ), ୧୨।୭: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୨ ଦିନିଆ ଅନୁଗୋଳ ଜିଲା ଗସ୍ତରେ ଆସିଥିବା ୫-ଟି ସଚିବ ଭି. କାର୍ତ୍ତିକେୟନ୍‌ ପାଣ୍ଡିଆନ ମଙ୍ଗଳବାର ତାଙ୍କ ଗସ୍ତ ଶେଷ କରିଛନ୍ତି। ତେବେ ଦ୍ୱିତୀୟ ଦିନରେ ୫-ଟି ସଚିବ ଅନୁଗୋଳ, ପବିତ୍ରନଗର, ପାଲଲହଡ଼ା, ଆଠମଲ୍ଲିକ ଓ କିଶୋରନଗର ଗସ୍ତ କରି ବିଭିନ୍ନ ସ୍ଥାନରେ ଜନସଭାକୁ ସମ୍ବୋଧିତ କରିଥିଲେ। ମନ୍ଦିର ବୁଲି ଦେବଦେବୀଙ୍କ ଦର୍ଶନ କରିଥିଲେ। ଜନସାଧାରଣ, ସ୍ବୟଂ ସହାୟକ ଗୋଷ୍ଠୀ ଓ ଅନ୍ୟମାନଙ୍କଠାରୁ ଦାବିପତ୍ର ଗ୍ରହଣ କରିଥିଲେ। ଏଥିସହ ଚଳିତବର୍ଷ ଶେଷ ସୁଦ୍ଧା ପାଲଲହଡ଼ା ଏବଂ ଅଗଷ୍ଟ ୨୦୨୪ ସୁଦ୍ଧା ଆଠମଲ୍ଲିକ ଓ କିଶୋଗରନଗର ମେଗା ପାଇପ୍‌ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ। ଅନୁଗୋଳ ସହରରେ ହୋଇଥିବା ମିଶନ ଶକ୍ତି କାଫେରେ ଜଳଖିଆ କରିବା ସହ ମିଶନ ଶକ୍ତି କମିଶନର କମ୍‌ ସେକ୍ରେଟେରି ସୁଜାତା ପାଣ୍ଡିଆନ୍‌ଙ୍କୁ ଭିଡିଓ କଲ୍‌ କରି ମହିଳାମାନଙ୍କ ସହିତ କଥା କରାଇଥିଲେ।
ଅନୁଗୋଳ ଗସ୍ତର ଦ୍ୱିତୀୟ ଦିନରେ ୫-ଟି ସଚିବ ପ୍ରଥମେ ଅନୁଗୋଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବା ସହ ମନ୍ଦିର କମିଟି ଓ ପୁରୋହିତଙ୍କ ସହିତ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ମା’ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରିଥିଲେ। ମନ୍ଦିରର ବିକାଶ ନେଇ ମନ୍ଦିର କମିଟି, ପୁରୋହିତ ଏବଂ ଜନସାଧାରଣଙ୍କ ସହ କଥା ହୋଇଥିଲେ। ପରେ ଖଲାରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ସଚିବ ଛାତ୍ରମାନଙ୍କ ସହିତ ବାସ୍କେଟ୍‌ ବଲ୍‌ ଖେଳିଥିଲେ। ଅନୁଗୋଳ ଗସ୍ତ ସାରି ୫-ଟି ସଚିବ କଣିହାଁ ବ୍ଲକ ପବିତ୍ରନଗର ମିନି ଷ୍ଟାଡିୟମରେ ପହଞ୍ଚି ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିଥିଲେ। ମିଶନ ଶକ୍ତି ମହିଳାମାନଙ୍କୁ ସରକାରଙ୍କ ଯୋଜନା ବିଷୟରେ ଅବଗତ କରାଇଥିଲେ। ଏହାପରେ ପାଲଲହଡା ଉପଖଣ୍ଡ ଷ୍ଟାଡିୟମରେ ପହଞ୍ଚି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଜିଲାର ଏହି ଉପାନ୍ତ ଅଞ୍ଚଳରେ ଥିବା ମିଶନ ଶକ୍ତି ମା’ମାନଙ୍କୁ ଋଣ ପ୍ରଦାନ ଦିଗରେ ଅଧିକ କାର୍ଯ୍ୟ କରିବାକୁ ଜିଲାପାଳଙ୍କୁ ପରାମର୍ଶ ଦେଇଥିଲେ। ମଧ୍ୟାହ୍ନରେ ଆଠମଲ୍ଲିକରେ ପହଞ୍ଚି ମା’ ମାହେଶ୍ୱରୀ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ମନ୍ଦିରର ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ଦାବିପତ୍ର ଗ୍ରହଣ କରିଥିଲେ। ଆଠମଲ୍ଲିକରୁ ନିଜ ଚାକିରି ଜୀବନ ଆରମ୍ଭ କରିଥିବାରୁ ଖୁସିବ୍ୟକ୍ତ କରିବା ସହିତ ୨୦୦୧ରେ ମହାନଦୀ ବନ୍ୟା ସମ୍ପର୍କରେ ଅବତାରଣା କରିଥିଲେ। ଶେଷରେ କିଶୋରନଗର ବରପଡ଼ିଆରେ ପହଞ୍ଚି ଉପସ୍ଥିତ ଜନସାଧାରଣ, ମହିଳା ଗ୍ରୁପ୍‌ ସଦସ୍ୟ, ଅଲେଖ ମହିମା ସନ୍ନ୍ୟାସୀଙ୍କ ଠାରୁ ଅଭିଯୋଗପତ୍ର ଗ୍ରହଣ କରିଥିଲେ। ଏହି ଅଞ୍ଚଳରେ ଥିବା ମନ୍ଦିର, ମଠଗୁଡିକର ବିକାଶ ହେବ। ସରକାରଙ୍କ ପକ୍ଷରୁ ଯେଉଁ ଅର୍ଥ ଆସିବ, ସେଥିରେ ସ୍ବଚ୍ଛତାର ସହ କାମ କରାଗଲେ ଓଡ଼ିଶା ଆଗକୁ ବଢ଼ିବ ବୋଲି ୫-ଟି ସଚିବ କହିଥିଲେ। ୫-ଟି ସଚିବଙ୍କ ଏହି ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର. ଭିନିଲ କ୍ରିଷ୍ଣା, ଡିଆଇଜି ବ୍ରିଜେଶ ରାୟ, ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍‌ପି ସୁଧାଂଶୁ ଶେଖର ମିଶ୍ର, ଜିଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରୁ ବାହାରିବାବେଳେ ଯୁବକଙ୍କୁ ଅପହରଣ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ କୋର୍ଟ ସମ୍ମୁଖରୁ ଶୁକ୍ରବାର ଦ୍ୱିପ୍ରହରରେ ଝାରସୁଗୁଡ଼ାର ନିରଞ୍ଜନ ସୁନାଙ୍କୁ ଅପହରଣ କରି ମାରପିଟ୍‌ କରିବା ପରେ ବିଳମ୍ବିତ ରାତିରେ ଥାନାରେ ଛାଡ଼ି...

କାଳ ସାଜିଲା କାଳବୈଶାଖି, ସ୍କୁଲରେ ଆଶ୍ରୟ ନେଲେ କ୍ଷତିଗ୍ରସ୍ତ

ଦେବଗଡ଼ ,୨୩।୩(ଶଶାଙ୍କ ଶେଖର ଝାଙ୍କର): କାଳ ସାଜିଲା କାଳବୈଶାଖି । କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି । କ୍ଷତିଗ୍ରସ୍ତ ଲୋକଙ୍କୁ ଗାଁ ସ୍କୁଲରେ ଆଶ୍ରୟ ଦେଲା...

ମୁଁହ ଖୋଲିଲେ ଚାଞ୍ଚେର ଓ ଉତ୍କେଲା ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲମ୍ବୁ ଶିଖା

କେସିଙ୍ଗା,୨୩।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ଅଧୀନସ୍ଥ ଚାଞ୍ଚେର ଓ ଉତକେଲା ଗ୍ରାମ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲମ୍ବୁ ଶିଖାଙ୍କ...

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ଟାଙ୍ଗିଆରେ ହାଣି ୨ ମହିଳାଙ୍କୁ ହତ୍ୟା

ହେମଗିର,୨୨।୩(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ତୁମୁଲିଆରେ ଶନିବାର ସନ୍ଧ୍ୟାରେ ୨ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ସେମାନେ ହେଲେ ବିଳାସିନୀ...

ଇଫ୍‌ତାର ପାର୍ଟିରେ ଯୋଗଦେଲେ ବିଧାୟକ

ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଚାଲିଛି ପବିତ୍ର ରମ୍‌ଜାନ ମାସ। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ମୁସଲମାନ ଭାଇମାନଙ୍କ ପକ୍ଷରୁ ଶନିବାର ରାତିରେ ସୁଲତାନିଆ ମସ୍‌ଜିଦଠାରେ ଇଫ୍‌ତାର ପାର୍ଟି ଆୟୋଜନ...

କାଳବୈଶାଖୀ: ଗଛପଡ଼ି ଗର୍ଭବତୀଙ୍କ ଚାଲିଗଲା ଜୀବନ

ଭବାନୀପାଟଣା,୭ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ଶନିବାର ଅପରାହ୍ନରେ କାଳବୈଶାଖୀ ବର୍ଷା ସହ ପବନ ହୋଇଥିଲା। ପବନ ଯୋଗୁ ଅନେକ ସ୍ଥାନରେ ବଡ...

ପୋଲସିକୁ ମାଡ଼ମରା ଘଟଣା: ଆକ୍ସସନର ରିଆକ୍ସନ ଦେଖାଇଲା ପୋଲିସ

ମୋହନା,୨୨ା୩ (ମନ୍ମଥ ମିଶ୍ର): ଗୁରୁବାର ବିଳମ୍ବିତ ରାତିରେ ଗାଁରେ ପଶି ଗଞ୍ଜେଇ ରେଡ କଲା ବେଳେ ମାଡ଼ ଖାଇଥିଲେ ପୋଲିସ। ପୋଲିସ ଗାଡ଼ିକୁ ବି ଭାଙ୍ଗି...

ବର୍ଷା ପାଣିରେ ଉବୁଟୁବୁ ମାର୍କେଟ

ଜି.ଉଦୟଗିରି,୨୨ା୩ (ଶିଶିର ପଟ୍ଟନାୟକ): ଜି.ଉଦୟଗିରି ସହରରେ ଅଦିନିଆ ବର୍ଷା ଯୋଗୁ ରାସ୍ତା ଘାଟ ଅବସ୍ଥା ବେହାଲ ହୋଇଥିବା ବେଳେ ଭଞ୍ଜ ମାର୍କେଟ କମ୍ପ୍ଲେକ୍ସ ବର୍ଷା ପାଣିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image