୧୭ରେ ମହିଳାଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ପ୍ରଥମ କିସ୍ତି, ଏହି ତାରିଖରୁ ଆବେଦନ କରିଥିଲେ ଆପଣବି ପାଇବେ ପ୍ରଥମ….

ଭୁବନେଶ୍ୱର,୧୪।୯: ଆସନ୍ତା ୧୭ରେ ମହିଳାଙ୍କ ଆକାଉଣ୍ଟକୁ ଯିବ  ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି। ଏଯାବତ୍‌ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ପଞ୍ଜୀକରଣ କରିସାରିଲେଣି।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ନେଇ ସୂଚନା ଦେଇଛନ୍ତି। ୧୫ ସୁଦ୍ଧା ଆବେଦନ କରିଥିବା ହିତାଧିକାରୀଙ୍କୁ ୧୭ରେ ପ୍ରଥମ କିସ୍ତି ମିଳିବ । ରବିବାର ରାଜ୍ୟବ୍ୟାପୀ ୧୦ ହଜାର ରାଜସ୍ବ ଗାଁରେ ସୁଭଦ୍ରା ପଦଯାତ୍ରା ହେବ। ଭୁବନେଶ୍ୱରରେ ଗିରିଦୁର୍ଗା ମନ୍ଦିରରୁ ରମାଦେବୀ ଯାଏଁ ସୁଭଦ୍ରା ପଦଯାତ୍ରା ହେବ।
ଅନ୍ୟପକ୍ଷେ  ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ସୁଭଦ୍ରାର ଶୁଭାରମ୍ଭ ସହ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଗୋଟିଏ ସ୍କିମରେ ସବୁଠୁ ବେଶୀ ମହିଳା ଉପକୃତ ଯୋଜନା ହେଉଛି ‘ସୁଭଦ୍ରା’। ଓଡ଼ିଶାର ୧ କୋଟିରୁ ଊର୍ଦ୍ଧ୍ୱ ମହିଳା ‘ସୁଭଦ୍ରା’ର ସୁଫଳ ପାଇବେ।
ଏହା ସହ ଭୁବନେଶ୍ୱରରେ ୨୮୦୦ କୋଟିର ରେଲ ପ୍ରକଳ୍ପର ଶିଳାନ୍ୟାସ କରିବେ। ୧ ହଜାର କୋଟିର ନ୍ୟାସନାଲ ହାଇୱେ ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମ ରାହିଛି।  ଦେଶର ୧୩ ଲକ୍ଷ PMAY-G ହିତାଧିକାରୀଙ୍କ ପ୍ରଥମ କିସ୍ତି ରିଲିଜ କରିବା ସହ। ୧୪ଟି ରାଜ୍ୟର PMAY-G ହିତାଧିକାରୀ ଏହାର ଉପକାର ପାଇବେ।
Share