ଶହୀଦ ସଚ୍ଚିଦାନନ୍ଦଙ୍କ ସ୍ମୃତିପୀଠ ଅବହେଳିତ

ରାଜକନିକା, ୨୬ା୭ (ସଞ୍ଜୟ କୁମାର ଦାଶ): କାର୍ଗିଲଠାରେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୧୯୯୯ ଜୁଲାଇ ୨୬ରେ ଭାରତର ବିଜୟ ପ୍ରାପ୍ତ ହୋଇଥିଲା। ଏ ନେଇ ଦେଶ ଶୁକ୍ରବାର ୨୫ତମ କାର୍ଗିଲ ବିଜୟ ଦିବସ ପାଳନ କରିବ। ଏହି ଦିବସରେ ପାକିସ୍ତାନର ଅନୁପ୍ରବେଶକାରୀଙ୍କୁ କାର୍ଗିଲ ଯୁଦ୍ଧରେ ଭାରତୀୟ ସୈନ୍ୟ ନିଜର ବଳିଦାନ ଦେଇ ସୀମା ସେପଟକୁ ବିଦା କରି ଦେଇଥିଲେ। ଯୁଦ୍ଧରେ ମୋଟ ୫୨୭ ଭାରତୀୟ ସୈନ୍ୟ ଶହୀଦ ହୋଇଥିବା ବେଳେ ୧୩୬୩ ଜଣ ଆହତ ହୋଇଥିଲେ। ଏଥିରେ ଓଡ଼ିଶାର ୫ ଜଣ ପ୍ରାଣବଳି ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜୁନ୍‌ ୨୮ ତାରିଖରେ କେନ୍ଦ୍ରାପଡ଼ା ଜିଲାର ରାଜକନିକା ବ୍ଲକ କଣ୍ଡିଆ ଗଁାର ନାଏକ ସଚ୍ଚିଦାନନ୍ଦ ମଲ୍ଲିକ ବୀରଗତି ପ୍ରାପ୍ତ ହୋଇଥିଲେ। ସେ ଉପେନ୍ଦ୍ର ଓ ମାଳତିଲତାଙ୍କ କନିଷ୍ଠ ପୁତ୍ର ଥିଲେ। ୩୦ବର୍ଷ ବୟସରେ ସ୍ତ୍ରୀ ନିବେଦିତା ଓ ୫ ବର୍ଷର ପୁଅ ସୌମ୍ୟରଞ୍ଜନଙ୍କୁ ଏକା କରି ଶହୀଦ ହୋଇଥିଲେ। ବୀର ମଲ୍ଲିକଙ୍କ ପାଇଁ ସମଗ୍ର ଦେଶ ଗର୍ବ ଅନୁଭବ କରୁଥିବା ବେଳେ କେନ୍ଦ୍ରାପଡ଼ା ଜିଲା ଏକ ସୁପୁତ୍ର ହରାଇଥିଲା। ଏହି ବୀରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶହୀଦସ୍ତମ୍ଭ ବ୍ଲକର କଣ୍ଡିଆହାଟରେ ନିର୍ମାଣ ହୋଇଛି। ତେବେ ଏହି ଶହୀଦସ୍ତମ୍ଭ ଆଖପାଖର ପରିବେଶ ବୀରଗାଥା ଗାଇବା ଅପେକ୍ଷା ପ୍ରଶାସନିକ ଅବହେଳାର ନିଦର୍ଶନ ପାଲଟିଛି। ସ୍ମୃତିସ୍ତମ୍ଭର ନାମ ଫଳକ ଭାଙ୍ଗି ଯାଇଛି। ଶହୀଦ ମଲ୍ଲିକଙ୍କ ପ୍ରତିମୂର୍ତ୍ତିରୁ ରଙ୍ଗ ଛାଡି ଯାଇଥିବା ବେଳେ ଓ ସ୍ମୃତି ଉଦ୍ୟାନ ଏବେ ଅନାବନା ଘାସରେ ଭରପୂର ହୋଇଛି। ଏହି ପୀଠକୁ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ବିଧାନ ଦାସ କହିଛନ୍ତି, ଭାରତୀୟ ସ୍ଥଳସେନାର ନାଏକ ପଦବୀରେ ସଚ୍ଚିଦାନନ୍ଦ ଥିଲେ। କାର୍ଗିଲ ଯୁଦ୍ଧର ଦ୍ରାସ ସେକ୍ଟରରେ ମସ୍କୋ ଭାଲିଠାରେ ସଚ୍ଚିଦାନନ୍ଦ ଶତ୍ରୁପକ୍ଷଙ୍କ ସହ ଲଢ଼େଇ କରି ୭ ଜଣ ପାକିସ୍ତାନୀ ସୈନ୍ୟଙ୍କୁ ନିହତ କରିଥିଲେ। ଏହି ବୀର ସୈନିକ ନିଜର ସାହସିକତା ଦେଖାଇ ପାକିସ୍ତାନୀ ସୈନ୍ୟଙ୍କ ମୁହଁତୋଡ ଜବାବ ଦେଇଥିଲେ। ଶତ୍ରୁପକ୍ଷର ଗୁଳିରେ ତାଙ୍କର ବୀରଗତି ପ୍ରାପ୍ତ ହୋଇଥିଲା। ତାଙ୍କର ଏହି ବୀରଗାଥା କେନ୍ଦ୍ରାପଡ଼ା ଜିଲାରେ ଗୁଞ୍ଜରିତ ହୋଇଥିଲା। ଶହୀଦ ହେବାର ୨ ବର୍ଷ ପରେ ୨୦୦୧ ଜୁଲାଇ ୨୬ରେ ତତ୍କାଳୀନ ଏମ୍‌ପି ପ୍ରଭାତ ସାମନ୍ତରାୟ ଓ ଜିଲାପାଳ କୃଷ୍ଣଚନ୍ଦ୍ର ମହାନ୍ତି ସ୍ମୃତିପୀଠ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତେବେ ୨୦୨୦ରେ ଏମ୍‌ପି ଅନୁଭବ ମହାନ୍ତିଙ୍କ ସାଂସଦ ପାଣ୍ଠିରୁ ୨୦ ଲକ୍ଷ ଅନୁଦାନରେ ଏହି ସ୍ମୃତିପୀଠକୁ ଉନ୍ନତୀକରଣ କରାଯାଇଥିଲା। ଏବେ ଏହା ଅବହେଳିତ ଭାବେ ପଡିରହିଛି। ସ୍ଥାନୀୟ ଅଞ୍ଚଳର ଦେବେନ୍ଦ୍ର ନାୟକ କହିଛନ୍ତି, ପୂଜ୍ୟପୂଜା ଆମର ସଂସ୍କୃତି। ମାତ୍ର କେନ୍ଦ୍ରାପଡ଼ା ଜିଲାର ଏହି ବୀରପୁତ୍ରଙ୍କ ସ୍ମୃତିପୀଠ ଅବହେଳିତ ହୋଇଥିବା ଦେଖି ପୂଜ୍ୟପୂଜାର ମହତ୍ତ୍ୱ ନ ଥିବା ପରି ଅନୁଭବ ହେଉଛି। ଦେଶକୁ ରକ୍ଷା କରିବାକୁ ଯାଇ ସଚ୍ଚିଦାନନ୍ଦ ନିଜର ବଳିଦାନ ଦେଇଛନ୍ତି। ମାତ୍ର ଏହି ବଳିଦାନକୁ ଉତ୍ତରପିଢ଼ି ମନେ ପକାଇବା ପାଇଁ ସ୍ମୃତିପୀଠ ଅବହେଳାର ଶିକାର ହୋଇଛି। ରାଜକନିକା ବ୍ଲକ ପ୍ରଶାସନ ପକ୍ଷରୁ ଶହୀଦସ୍ତମ୍ଭ ଓ ସ୍ମୃତି ଉଦ୍ୟାନର ସୌନ୍ଦର୍ଯ୍ୟକରଣ ପାଇଁ ପାର୍କ ନିର୍ମାଣ ହୋଇଥିଲା। ଏହାର ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଛି। ଶହୀଦ ସଚ୍ଚିଦାନନ୍ଦ ମଲ୍ଲିକ ସ୍ମୃତି କମିଟି ସମ୍ପାଦକ ବାସୁଦେବ ମଲ୍ଲିକ କହିଛନ୍ତି, କନିକା ମାଟି ବୀର ସନ୍ତାନଙ୍କ ଜନନୀ। ଏହି ମାଟିରୁ ବହୁ ବୀର ଜନ୍ମ ନେଇଛନ୍ତି। ନିଜ ଦେଶ ଓ ମାଟି ପାଇଁ ସର୍ବଦା ତପତ୍ର ଥିବା ଏହି ମାଟିର ପୁଅ କେତେବେଳେ ବିପ୍ଳବର ନିଅଁା ଜାଳିଛନ୍ତି, କେବେ କେବେ ନିଜର ପ୍ରାଣବଳି ଦେଇଛନ୍ତି। ଏହାର ସଦ୍ୟତମ ଉଦାହରଣ ଭାରତୀୟ ସ୍ଥଳସେନା ବିଭାଗର ନାଏକ ସ୍ବର୍ଗତ ସଚ୍ଚିଦାନନ୍ଦ ମଲ୍ଲିକ। ଦୀର୍ଘ ୨୫ ବର୍ଷ ପୂର୍ବେ ଦେଶ ପାଇଁ ଦେଇଥିବା ବଳିଦାନକୁ ମନେପକାଇବା ପାଇଁ ଏଠାରେ ଶହୀଦ ସ୍ତମ୍ଭ ନିର୍ମାଣ ହୋଇଥିଲା। ଏବେ ଅବହେଳିତ ଅବସ୍ଥାରେ ପଡିଛି। କମିଟି ପକ୍ଷରୁ ଜିଲା ଓ ପ୍ରଶାସନକୁ ଏ ନେଇ ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ କୌଣସି ସୁଫଳ ମିଳିନାହିଁ। ସ୍ମୃତି କମିଟି ସଭାପତି ଶିବରାମ ଦାସ କହିଛନ୍ତି, କମିଟି ପକ୍ଷରୁ ଏହି ପୀଠର ଉନ୍ନତୀକରଣ ପାଇଁ ଚେଷ୍ଟା ଜାରି ରହିଛି। ୨୦୦୧ରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲେ ମଧ୍ୟ ଶହୀଦ ପୀଠର ଉନ୍ନତୀକରଣ ପାଇଁ ପ୍ରାୟ ୧୮ ବର୍ଷ ଅପେକ୍ଷା କରିବାକୁ ପଡିଥିଲା। ପୀଠର ସୁରକ୍ଷାକୁ ନେଇ ପ୍ରଶାସନିକ ସ୍ତରରେ କୌଣସି ସମନ୍ବୟ ବୈଠକ ବସୁନାହିଁ। ଏହି କମିଟି ପକ୍ଷରୁ ଜିଲାସ୍ତରୀୟ କାର୍ଗିଲ ବିଜୟ ଦିବସ ଏଠାରେ ପାଳନ ପାଇଁ ବାରମ୍ବାର ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri