ସାଟେଲାଇଟ୍‌ ଆଧାରିତ ଟୋଲ୍‌ ଆଦାୟ ପ୍ରୟାସ

ଭୁବନେଶ୍ୱର,୧୦ା୬(ଅନୁରାଧା ମହାରଣା): ଜାତୀୟ ରାଜପଥ ବ୍ୟବହାରକାରୀଙ୍କ ପାଇଁ ଟୋଲିଂ ସେବାକୁ ସରଳ କରିବା ସହ କାର୍ଯ୍ୟର ଦକ୍ଷତା ଏବଂ ସ୍ବଚ୍ଛତା ବୃଦ୍ଧି କରିବା ପାଇଁ ଇଣ୍ଡିଆନ ହାଇୱେ ମ୍ୟାନେଜମେଣ୍ଟ କମ୍ପାନୀ ଲିମିଟେଡ (ଆଇଏଚ୍‌ଏମ୍‌ସିଏଲ୍‌), ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଆଇ) ଦ୍ୱାରା ପ୍ରୋତ୍ସାହିତ କମ୍ପାନୀ ଜିଏନଏସ୍‌ଏସ୍‌ ପ୍ରୟାସ ଆରମ୍ଭ କରିଛି। ବର୍ତ୍ତମାନ କାର୍ଯ୍ୟ କରୁଥିବା ଫାସଟ୍ୟାଗ୍‌ ଇକୋସିଷ୍ଟମ ମଧ୍ୟରେ ଏନଏଚଏଆଇ ଜିିଏନ୍‌ଏସ୍‌ଏସ୍‌ ଆଧାରିତ ଇଲେକ୍ଟ୍ରୋନିକ ଟୋଲ କଲେକ୍ସନ ସିଷ୍ଟମ ଲାଗୁ କରିବାକୁ ଯୋଜନା କରାଯାଉଛି।

ପ୍ରଥମରେ ଉଭୟ ଆରଏଫଆଇଡି ଆଧାରିତ ଇଟିସି ଏବଂ ଜିଏନଏସ୍‌ଏସ୍‌ ଆଧାରିତ ଇଟିସି ଏକ ହାଇବ୍ରିଡ ମଡେଲ ବ୍ୟବହାର କରି ଏକାଠି କାର୍ଯ୍ୟ କରିବେ। ଜିଏନ୍‌ଏସ୍‌ଏସ୍‌ ଗାଡ଼ି ଟୋଲ ପ୍ଲାଜାରେ ଉପଲବ୍ଧ ହେବ। ଜିଏନ୍‌ଏସଏସ ଆଧାରିତ ଇଟିସି ବ୍ୟବହାର କରୁଥିବା ଯାନଗୁଡ଼ିକ ସହଜରେ ଟୋଲ ଦେଇ ପାରିବେ। ଏହି ପ୍ରକିୟା ସଫଳ ହେଲେ ସମସ୍ତ ଗାଡ଼ି ଜିଏନଏସ୍‌ଏସ୍‌ରେ ପରିଣତ ହେବ। ଭାରତରେ ଗ୍ଲୋବାଲ ନେଭିଗେଶନ ସାଟେଲାଇଟ ସିଷ୍ଟମ (ଜିଏନ୍‌ଏସ୍‌ଏସ୍‌) ଆଧାରିତ ଇଲେକ୍ଟ୍ରୋନିକ ଟୋଲ କଲେକ୍ସନ (ଇଟିସି)ର କାର୍ଯ୍ୟାନ୍ବୟନ ପାଇଁ ଏହା ଆଧାର ହୋଇପାରେ। ଏନେଇ ଆଗ୍ରହୀ କମ୍ପାନୀଗୁଡିକ ସେମାନଙ୍କ ସୁଚିନ୍ତିତ ପରାମର୍ଶ ଜୁଲାଇ ୨୨ରେ ଟେଣ୍ଡର @ihmcl.comକୁ ପଠାଇବେ ବୋଲି ସୂଚନା ରହିଛି।

ଭାରତରେ ଜିଏନଏସ୍‌ଏସ୍‌ ଆଧାରିତ ଇଲେକ୍ଟ୍ରୋନିକ ଟୋଲ ସଂଗ୍ରହର ପ୍ରୟୋଗ ଜାତୀୟ ରାଜପଥରେ ଯାନବାହନ ଚଳାଚଳକୁ ସହଜ କରିବ। ରାଜପଥ ବ୍ୟବହାରକାରୀଙ୍କୁ ଅନେକ ସୁବିଧା ଯୋଗାଇବା ପାଇଁ ଯୋଜନା କରାଯାଇଛି। ଉପଭୋକ୍ତାମାନେ କେବଳ ଜାତୀୟ ରାଜପଥରେ ଯାତ୍ରା କରୁଥିବା ଦୂରତା ପାଇଁ ଦେୟ ଦେଉଥିବାବେଳେ ଜିଏନ୍‌ଏନ୍‌ଏସ୍‌ ଆଧାରିତ ଇଲେକ୍ଟ୍ରୋନିକ ଟୋଲ ସଂଗ୍ରହ ମଧ୍ୟ ଟୋଲ ସଂଗ୍ରହରେ ଅଧିକ ଦକ୍ଷତା ଆଣିବ। ଏହ ଟିକସ ଫାଙ୍କି ପଳାଇଯାଉଥିବା ଗାଡିକୁ ଚିହ୍ନଟ କରିବାରେ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପ ଏଭରଗ୍ରୀନ୍‌ ଚା’ର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୧୫।୯ (ଅଭୟ ଦାଶ): ଦେଶର ପ୍ରମୁଖ ଚା’ ବ୍ରାଣ୍ଡ୍‌ ତଥା ନେହା ଏଣ୍ଟରପ୍ରାଇଜର୍ସ ଦ୍ୱାରା ପ୍ରସ୍ତୁତ ଲୋକପ୍ରିୟ ଉତ୍ପାଦ ଏଭରଗ୍ରୀନ ଚା’ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ...

ନିବାଭ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ଭାରତର ସର୍ବବୃହତ ଘରୋଇ ଲିଫ୍ଟ ବ୍ରାଣ୍ଡ୍‌ ନିବାଭ୍‌ ଲିଫ୍ଟର ନୂତନ ଉତ୍ପାଦ ‘ନିବାଭ୍‌ ସିରିଜ୍‌-୪ ହୋମ୍‌ ଲିଫ୍ଟ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି।...

ସାମନ୍ତରାପୁରରେ ଖିମଜୀ ଜୁଏଲର୍ସର ନୂତନ ଆଉଟଲେଟ

ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ଖିମ୍‌ଜୀ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ ରବିବାର ଭୁବନେଶ୍ୱରର ସାମନ୍ତରାପୁର ଛକଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଖିମ୍‌ଜୀ ଜୁଏଲର୍ସର ଚେୟାରମ୍ୟାନ ଦିନେଶ ଖିମ୍‌ଜୀ...

ରପ୍ତାନିକୁ ପ୍ରଭାବିତ କରୁଛି କଣ୍ଟେନର ଅଭାବ

ଭୁବନେଶ୍ୱର,୧୬।୯, (ଅନୁରାଧା ମହାରଣା): ମାଲ ପରିବହନ ବୃଦ୍ଧି, କଣ୍ଟେନର ଅଭାବ ଏବଂ ପ୍ରମୁଖ ରପ୍ତାନି ତଥା ବିଦେଶୀ ପରିବହନକାରୀଙ୍କ ଉପରେ ନିର୍ଭରଶୀଳତା ଦେଶର ରପ୍ତାନି କ୍ଷେତ୍ରରେ...

ୟୁକୋ ବ୍ୟାଙ୍କର ହାରାହାରି ୩୪% ମହିଳା କର୍ମଚାରୀ

ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ଅଲ୍‌ ଇଣ୍ଡିଆ ୟୁକୋ ବ୍ୟାଙ୍କ ଅଫିସର୍ସ ଫେଡେରେଶନ (ସର୍ବଭାରତୀୟ ୟୁକୋ ବ୍ୟାଙ୍କ ଅଧିକାରୀ ସଙ୍ଗଠନ) ପକ୍ଷରୁ ଏକ ଦିନିକିଆ ମହିଳା ଅଧିକାରୀଙ୍କ ଜାତୀୟ...

ଟାଟା ମୋଟର୍ସର ଫେଷ୍ଟିଭାଲ ଅଫ୍‌ କାର୍‌ସ

ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ଟାଟା ମୋଟର୍ସର ବହୁ ପ୍ରତୀକ୍ଷିତ ତଥା ଆକର୍ଷଣୀୟ ରିହାତି ଅଫର ‘ଫେଷ୍ଟିଭାଲ ଅଫ୍‌ କାର୍‌ସ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ପୂର୍ବରୁ...

୭୩% ଭାରତୀୟ ଗ୍ରାହକଙ୍କ ପସନ୍ଦ ଅନ୍‌ଲାଇନ ଶପିଂ

ନୂଆଦିଲ୍ଲୀ,୧୫।୯ (ଅଭୟ ଦାଶ): ବ୍ୟସ୍ତବହୁଳ ଜୀବନ ଓ ଅନ୍ୟାନ୍ୟ ସମସ୍ୟା ପାଇଁ ସବୁ ବର୍ଗର ଭାରତୀୟ ଅନ୍‌ଲାଇନ ପ୍ଲାଟ୍‌ଫର୍ମରେ କିଣାକିଣି କରିବାକୁ ଅଧିକ ପସନ୍ଦ କରୁଛନ୍ତି।...

ଫ୍ଲିପ୍‌କାର୍ଡରେ ଜବରଦସ୍ତ ଅଫର୍‌: ଶସ୍ତାରେ ମିଳିବ ଏହି ୨୪ ସ୍ମାର୍ଟଫୋନ

ଆଗକୁ ଆସୁଛି ପାର୍ବଣ ଋତୁ। ଏଥର ଫ୍ଲିପକାର୍ଟ ଏବଂ ଆମାଜନ ଏକ ବମ୍ପର ସେଲ୍‌ ଆରମ୍ଭ ହେବାକୁ ଯାଉଛି। ଫ୍ଲିପକାର୍ଟ ବିଗ୍‌ ବିଲିୟନ ଡେ’ରେ ଗ୍ରାହକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri