ମହାକାଶରେ ଉପଗ୍ରହ ଭିଡ଼: ଗବେଷଣାରେ ସୃଷ୍ଟି ହେବ ବାଧା !

ଓ୍ବାଶିଂଟନ, ୩୦।୮: ଆଗାମୀ ଦିନରେ ମହାକାଶ ଗବେଷଣା କ୍ଷେତ୍ରରେ ବାଧା ସୃଷ୍ଟି ହେବା। ଏନେଇ ମହାକାଶ ବିଜ୍ଞାନୀ ମତପୋଷଣ କରିଛନ୍ତି। ଧୀରେଧୀରେ ମହାକାଶରେ କୃତ୍ରିମ ଉପଗ୍ରହଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅକାମୀ ହୋଇଯାଇଥିବା ଉପଗ୍ରହଗୁଡ଼ିକ ଏଣେତେଣେ ଘୁରି ବୁଲୁଛନ୍ତି। ଏହାଯୋଗୁ ଭବିଷ୍ୟତର ମହକାଶ ଗବେଷଣାରେ ବାଧା ଦେଖାଯିବ ବୋଲି କୁହାଯାଉଛି। ଆସନ୍ତା ୧୦ ବର୍ଷ ମଧ୍ୟରେ ଲକ୍ଷେ ୭ ହଜାରରୁ ଅଧିକ ଛୋଟ ବଡ଼ ଉପଗ୍ରହ ପୃଥିବୀର ନିମ୍ନ କକ୍ଷ ପଥରେ ଘୁରିବୁଲିବେ। ଫଳରେ ବର୍ତ୍ତମାନ ଦେଖାଯାଉଥିବା ବହୁ ତାରାକୁ ଦେଖିବା ହୁଏତ ସମ୍ଭବ ହେବ ନାହିଁ ବୋଲି ଅନୁମାନ କରାଯାଉଛି। ରାତିର ଆକାଶରେ କୃତ୍ରିମ ଉପଗ୍ରହ ଗୁଡ଼ିକ ଚକମକ କରୁଥିବାରୁ ଦେଖିବାକୁ ମିଳିବ ବୋଲି ମହାକାଶ ବିଜ୍ଞାନୀ କହିଛନ୍ତି। ଗୋଟିଏ ପଟେ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ମାନବ ସମାଜ ଅଗ୍ରଗତି କରିବ। ତେବେ ଅପରପକ୍ଷରେ ମହାକାଶ ଗବେଷଣାରେ ଆଶା ଜନକ ବିକାଶ ସମ୍ଭବ ହୋଇପାରିବ ନାହିଁ ବୋଲି କୁହାଯାଉଛି।

Share