ସାଟେଲାଇଟ ଚିତ୍ରରେ ଧରାପଡିଲା ଚାଇନା, ଆମେରିକା, ଋଷିଆର ମିଛ, ପରୀକ୍ଷଣ କରୁଛନ୍ତି ପରମାଣୁ ଅସ୍ତ୍ର

ନ୍ୟୁୟର୍କ,୨୩।୯: ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତି ଏବଂ ବ୍ୟବହାର ପାଇଁ ସବୁ ଦେଶ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷାରିତ ହୋଇଥିଲେ ମଧ୍ୟ ଲୁଚାଛପାରେ ଏହାକୁ ପରୀକ୍ଷଣ କରୁଛନ୍ତି ୩ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ର। ଆମେରିକା, ଋଷିଆ ଓ ଚାଇନା ପରମାଣୁ ଅସ୍ତ୍ର ପରୀକ୍ଷଣ ଓ ବ୍ୟବହାର ନେଇ ବିଶ୍ୱକୁ ଜ୍ଞାନ ଦେଉଥିବାବେଳେ ସବୁ ଦେଶର ଅଗୋଚରରେ ଏହାର ପରୀକ୍ଷଣ ଜାରି ରଖିଛନ୍ତି। ତେବେ ଆମେରିକା, ଋଷିଆ ଓ ଚାଇନା କେଉଁ ପରମାଣୁ ବୋମା ପରୀକ୍ଷଣ ପାଇଁ ଶୀଘ୍ର ପ୍ରସ୍ତୁତ ହେଉଛନ୍ତି ସେ ନେଇ କୌଣସି ପ୍ରମାଣ ନାହିଁ। ଏହି ତିନୋଟି ଦେଶ ମଧ୍ୟରୁ ଆମେରିକା ହେଉଛି ପରମାଣୁ ଅସ୍ତ୍ରଶସ୍ତ୍ରକୁ ବିରୋଧ କରୁଥିବା ପ୍ରଥମ ଦେଶ। ଯଦି ପରମାଣୁ ପରୀକ୍ଷଣ ବିଷୟରେ ଆମେରିକା କୌଣସି ସୂଚନା ପାଏ ତେବେ ସେହି ଦେଶ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଘୋଷଣା କରିଥାଏ।

ଏକ ଅର୍ନ୍ତଜାତୀୟ ଗଣମାଧ୍ୟମର ରିପୋର୍ଟରେ କହିଛି ଯେ, ସାଟେଲାଇଟ ଚିତ୍ର ଦ୍ୱାରା ଏହି ୩ଟି ଦେଶ ପରମାଣୁ ପରୀକ୍ଷଣ କରୁଥିବା ସ୍ଥାନ ଚିହ୍ନଟ ହୋଇଛି। ଚାଇନା ନିଜ ପଶ୍ଚିମ ଅଞ୍ଚଳର ଜିନଜିଆଙ୍ଗ ପ୍ରଦେଶରେ, ଋଷିଆ ଆର୍କଟିକ ମହାସାଗରର ଦ୍ୱୀପରେ ଓ ଆମେରିକା ନେଭାଡା ମରୁଭୂମିରେ ପରୀକ୍ଷଣ କରୁଛି। ମିଡିଲବରୀ ଇନଷ୍ଟିଚ୍ୟୁଟ ଅଫ ଇଣ୍ଟରନ୍ୟାଶନାଲ ଷ୍ଟଡିଜ ଅଫ ଜେମ୍ସ ମାର୍ଟିନ ସେଣ୍ଟର ଫର ନନ ପ୍ରୋଫିଲିଏଶନ ଷ୍ଟଡିଜ ପ୍ରଫେସର ଜେଫ୍ରି ଲୁଇସ କହିଛନ୍ତି ଯେ, ସାଟେଲାଇଟ ଚିତ୍ର ମାଧ୍ୟମରେ ଗତ ତିନିରୁ ପାଞ୍ଚ ବର୍ଷ ମଧ୍ୟରେ ପର୍ବତ ତଳେ ନୂତନ ଟନେଲ, ନୂତନ ରାସ୍ତା ଓ ଯାନବାହନ ଚଳାଚଳ କରୁଥିବା ଦେଖାଯାଉଛି।

 

 

 

 

Share