୬୪ କିମି ଭିତରକୁ ଆସିଲାଣି ରୁଷିଆ

ନୂଆଦିଲ୍ଲୀ,୧।୩: ୟୁକ୍ରେନର ରାଜଧାନୀ କ୍ୱିଭଠାରୁ ଉତ୍ତରରେ ୬୪ କିମି (୪୦ ମାଇଲ) ପାଖକୁ ରୁଷିଆ ସେନାର ଏକ କନ୍‌ଭେ ଚାଲିଆସିଛି। ସୋମବାର ନିଆଇଯାଇଥିବା ସାଟେଲାଇଟ୍‌ ଫଟୋରେ ଏହା ଦେଖିବାକୁ ମିଳୁଛି।

ମ୍ୟାକ୍ସର ଦ୍ୱାରା ସଂଗୃହିତ ଫଟୋରେ ପ୍ରିବିର୍ସ୍କ ସହରର ଆଣ୍ଟୋନବ ବିମାନ ବନ୍ଦର ପର୍ଯ୍ୟନ୍ତ ଅଞ୍ଚଳ ରୁଷିଆ ସେନା କବଜାକୁ ଚାଲି ଯାଇଥିବା ଜଣାପଡ଼ୁଛି। କନ୍‌ଭେ ଯାଉଥିବା ରାସ୍ତା ପାଖରେ ବହୁ କୋଠା, ବିଲ୍ଡିଂ ଜଳୁଥିବା ଦେଖାଯାଉଛି ବୋଲି ମ୍ୟାକ୍ସର କହିଛନ୍ତି।

ଅନ୍ୟ କିଛି ଫଟୋରେ ସଦର୍ନ ବେଲାରୁସରେ ରୁଷିଆର ଅତିରିକ୍ତ ସ୍ଥଳ ସେନା ସୈନ୍ୟ ଓ ଗ୍ରାଉଣ୍ଡ ଆଟାକ ହେଲିକପ୍ଟର ମୁତୟନ ଥିବା ଦେଖିବାକୁ ମିଳୁଛି। ଆଉ ସେହି ସ୍ଥାନ ୟୁକ୍ରେନ ସୀମାଠାରୁ ଉତ୍ତରରେ ୩୨ କିମି ଦୂର।

Share