Categories: ଫୁରସତ

ଆକାଶକୁ ଉଜ୍ଜ୍ୱଳ କରୁଛି ସାଟେଲାଇଟ୍‌

ଛୋଟ ଛୋଟ ତାରା ଅନ୍ଧକାର ରାତି ଆକାଶର ଶୋଭା ବଢ଼ାଇଥାଏ। ତେବେ ପୃଥିବୀ କକ୍ଷପଥରେ ଘୂରିବୁଲୁଥିବାା ବହୁସଂଖ୍ୟାରେ କୃତ୍ରିମ ଉପଗ୍ରହ (ସାଟେଲାଇଟ୍‌) ଏବଂ ଭାସମାନ ମହାକାଶ ବର୍ଜ୍ୟ ରାତି ଆକାଶକୁ ପୂର୍ବାପେକ୍ଷା ଉଜ୍ଜ୍ୱଳ କରିଦେଇଥିବା ୟୁନିଭର୍ସିଟି ଅଫ୍‌ ସାଉଦର୍ନ କୁଇନ୍ସଲାଣ୍ଡର ଗବେଷକ ଜେସିକା କହିଛନ୍ତି। ଫଳରେ ରାତି ଆକାଶରେ ତାରା, ଛାୟାପଥ ଏବଂ ଅନ୍ୟ ଗ୍ରହଗୁଡ଼ିକ ପୂର୍ବ ଭଳି ଆଉ ଦେଖାଯାଉ ନାହାନ୍ତି। ପୃଥିବୀ ପୃଷ୍ଠରେ ମନୁଷ୍ୟକୃତ ଆଲୋକ ପ୍ରଦୂଷଣ ଦ୍ୱାରା ରାତି ଆକାଶରେ ପରିବର୍ତ୍ତନ ଘଟି ନ ଥିବା ସେ କହିଛନ୍ତି। ୨୦୧୯ ପରଠାରୁ ଅର୍‌ବିଟ୍‌ରେ ସାଟେଲାଇଟ୍‌ ସଂଖ୍ୟା ଦୁଇଗୁଣା ହୋଇ ୭,୬୦୦ରେ ପହଞ୍ଚତ୍ଛି। ହାଇ ସ୍ପିଡ୍‌ ଇଣ୍ଟରନେଟ୍‌ ସେବା ଭଳି ଲୋକଙ୍କୁ ବହୁ ସୁବିଧା ଯୋଗଇଦେବା ଲାଗି ସାଟେଲାଇଟ୍‌ କକ୍ଷପଥକୁ ପ୍ରେରଣ କରାଯାଉଛି। ସୂର୍ଯ୍ୟାଲୋକ ମହାକାଶ ବର୍ଜ୍ୟ ଓ ଉପଗ୍ରହରେ ପଡ଼ି ପ୍ରତିଫଳିତ ହେବା ଯୋଗୁ ରାତିର ଆକାଶ ଉଜ୍ଜ୍ୱଳ ଦେଖାଯାଉଛି। ୨୦୩୦ ବେଳକୁ ରାତି ଆକାଶ ଆହୁରି ଆଲୋକିତ ହୋଇଯିବ ବୋଲି ବିଶେଷଜ୍ଞ କହିଛନ୍ତି।

Share