Posted inଜାତୀୟ

ସୃତି ହେଗ୍‌ଡେ ଭାରତର ପ୍ରଥମ ମିସ୍‌ ୟୁନିଭର୍ସାଲ ପେଟିଟ୍‌ କ୍ରାଉନ୍‌

ବେଙ୍ଗାଲୁରୁ,୧୮ା୭: କର୍ନାଟକର ହୁବୁଳିସ୍ଥିତ ଏକ ହସ୍ପିଟାଲରେ ୨୦୧୮ରୁ ଡାକ୍ତର ଭାବେ କାର୍ଯ୍ୟରତ ସୃତି ହେଗ୍‌ଡେ ଭାରତର ପ୍ରଥମ ମିସ୍‌ ୟୁନିଭର୍ସାଲ ପେଟିଟ୍‌ କ୍ରାଉନ୍‌ ଜିତିଛନ୍ତି। ଏହି ବିଜୟକୁ ନେଇ ସୃତିଙ୍କ ପରିବାର ଓ ଦେଶବାସୀ ଉଲ୍ଲସିତ ହୋଇଛନ୍ତି।

ମହିଳାମାନଙ୍କୁ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ସୁଯୋଗ ଦେବା ପାଇଁ ୨୦୦୯ରୁ ଆମେରିକାର ଫ୍ଲୋରିଡାସ୍ଥିତ ଥାମ୍ପାରେ ପ୍ରତିବର୍ଷ ମିସ୍‌ ୟୁନିଭର୍ସାଲ ପେଟିଟ୍‌ ଆୟୋଜିତ ହୋଇଆସୁଛି। ଜୁନ୍‌ ୧୦ରେ ସୃତି ଭାରତର ପ୍ରଥମ ମିସ୍‌ ୟୁନିଭର୍ସ ପେଟିଟ୍‌ ହେବାରେ ସୌଭାଗ୍ୟ ଲାଭ କରିଥିଲେ। ଏହି ଅବସରରେ ସୃତି କହିଛନ୍ତି, ଏହା ମୋ ପାଇଁ ସହଜ ନ ଥିଲା। ଜଣେ ଡାକ୍ତର ହେବା କେତେ କଷ୍ଟସାଧ୍ୟ ତାହା ମୁଁ ଅନୁଭବ କରିଥିଲି। ତେବେ ଉଭୟ କ୍ଷେତ୍ରରେ ସନ୍ତୁଳନ ରକ୍ଷା କରିବାକୁ ପ୍ରଥମେ ଚେଷ୍ଟା କରିଥିଲି ବୋଲି ସୃତି କହିଛନ୍ତି। ମୁକୁଟ ପରିଧାନ କରିବାବେଳେ ସୃତି କହିଥିଲେ, ସେ ବିଜୟିନୀ ହେବା ନେଇ ସେତେଟା ଭାବି ନ ଥିଲେ ବୋଲି ତ୍ୱଚାରୋଗ ବିଜ୍ଞାନ (ଡେର୍ମାଟୋଲୋଜି)ର ଏମ୍‌ଡି ଛାତ୍ରୀ ତଥା ମଡେଲ ଓ ଡ୍ୟାନ୍ସର ସୃତି ପ୍ରକାଶ କରିଛନ୍ତି। ୟୁନିଭର୍ସାଲ ପେଟିଟ୍‌ ପିଜେଣ୍ଟରେ ଭାଗନେବା ପାଇଁ ମହିଳାଙ୍କ ଉଚ୍ଚତା ୫ ଫୁଟ୍‌ ୬ ଇଞ୍ଚ (୧୬୭.୫ ସେ.ମି.)ରୁ କମ୍‌ ହୋଇଥିବା ଆବଶ୍ୟକ ବୋଲି ଏହାର ଓ୍ବେବ୍‌ସାଇଟ୍‌ରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

MEAର ସ୍ପଷ୍ଟିକରଣ, ବୈଧ ରହିବ ଦୀର୍ଘକାଳିନ ଭିଜା

ନୂଆଦିଲ୍ଲୀ,୨୬।୪: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଗୁରୁବାର ସ୍ପଷ୍ଟ କରିଛି ଯେ ପାକିସ୍ତାନୀ ନାଗରିକଙ୍କ ପାଇଁ ସମ୍ପ୍ରତି ଭିଜା ସେବା ସ୍ଥଗିତ କରାଯିବା ସତ୍ତ୍ୱେ ହିନ୍ଦୁ...

ପଡ଼ିବ ମରୁଡ଼ି, ଅନ୍ଧାରରେ ବିତିବ ରାତି; ଭାରତର କାର୍ଯ୍ୟାନୁଷ୍ଠାନ ଯୋଗୁ ପାକିସ୍ତାନକୁ ୫ ଝଟ୍‌କା 

ନୂଆଦିଲ୍ଲୀ,୨୬।୪: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବେ ପାଣି ପାଇଁ ପାକିସ୍ତାନକୁ ହଇରାଣ କରିବା ଆରମ୍ଭ କରିଛି। ଭାରତ ସରକାର ଐତିହାସିକ ସିନ୍ଧୁ...

Kashmir Pahalgam Terrorists Attack Update: ପହଲଗାମ ପରେ କଶ୍ମୀରରେ ହୋଇପାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ!

ନୂଆଦିଲ୍ଲୀ,୨୬।୪: ପହଲଗାମର ବୈସାରନ ଉପତ୍ୟକାରେ ନିରୀହ ପର୍ଯ୍ୟଟକଙ୍କ ହତ୍ୟା ପରେ ମଧ୍ୟ ପାକିସ୍ତାନ ନିରନ୍ତର ଘୃଣ୍ୟ କାର୍ଯ୍ୟକଳାପ ଚଳାଇଛି। ୨୫ ଏବଂ ୨୬ ତାରିଖ ରାତିରେ,...

ପାକିସ୍ତାନ ଉପରେ କେବେ ଆକ୍ରମଣ କରିବ ଭାରତ? ତାରିଖ କହି ସାଂଘାତିକ ଖୁଲାସା କଲା ପାକ୍‌

ଇସଲାମବାଦ,୨୬।୪: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ଟେନଶନ ବଢିଯାଇଛି। ପାକ୍‌ ଭାରତକୁ ଲଗାତାର ଧମକ ଦେଉଛି। ଏକ ପାକିସ୍ତାନୀ ନ୍ୟୁଜ...

Pahalgam Terror Attack: ପହଲଗାମ ଆକ୍ରମଣ ବିରୋଧରେ ଲେଖିବାରୁ ମିଳିଲା ବଳାତ୍କାର ଧମକ

କୋଲାକାତା,୨୬।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୋଧରେ ପୋଷ୍ଟ କରିବାରୁ ପଶ୍ଚିମବଙ୍ଗର ଉତ୍ତର ୨୪ ପରଗନା ଜିଲାର ଅଶୋକନଗରର ଜଣେ ଯୁବତୀଙ୍କୁ ବଳାତ୍କାର ଧମକ ଦିଆଯାଇଛି। ପୀଡିତା...

ସାନ ପୁଅଙ୍କ ଉପରେ ଖୁସି ହୋଇ ବଡ଼ ନିଷ୍ପତ୍ତି ନେଲେ ମୁକେଶ ଅମ୍ବାନୀ! ୫ ବର୍ଷ ଲାଗି ଅନନ୍ତଙ୍କୁ ଦେଇଦେଲେ ଏହି ଦାୟିତ୍ୱ 

ନୂଆଦିଲ୍ଲୀ,୨୬।୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (RIL)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ 2022 ମସିହାରେ ହିଁ ତାଙ୍କ ୩ ପିଲାଙ୍କ ମଧ୍ୟରେ କମ୍ପାନୀର ବିଭିନ୍ନ ବ୍ୟବସାୟର ଦାୟିତ୍ୱ...

ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରେ; ତେବେ ଆମେରିକା, ରୁଷିଆ ଏବଂ ଚାଇନା କାହାକୁ ସମର୍ଥନ କରିବେ? ଜଣାପଡିଲା…

ନୂଆଦିଲ୍ଲୀ,୨୬।୪: ପହଲଗାମରେ ୨୨ ଏପ୍ରିଲ ୨୦୨୫ରେ ଘଟିଥିବା ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିଲା, ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ...

ସେନାର Hit Listରେ ୧୪ ଆତଙ୍କବାଦୀ, ଘାଟିରେ ଆତଙ୍କବାଦୀଙ୍କୁ ବାଛି ବାଛି କରାଯିବ ବିନାଶ

ନୂଆଦିଲ୍ଲୀ,୨୬।୪: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ସମ୍ପ୍ରତି ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ଚିନ୍ତା ବୃଦ୍ଧି ପାଇବା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ, ଗୁଇନ୍ଦା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image