Categories: ଜାତୀୟ

ସୃତି ହେଗ୍‌ଡେ ଭାରତର ପ୍ରଥମ ମିସ୍‌ ୟୁନିଭର୍ସାଲ ପେଟିଟ୍‌ କ୍ରାଉନ୍‌

ବେଙ୍ଗାଲୁରୁ,୧୮ା୭: କର୍ନାଟକର ହୁବୁଳିସ୍ଥିତ ଏକ ହସ୍ପିଟାଲରେ ୨୦୧୮ରୁ ଡାକ୍ତର ଭାବେ କାର୍ଯ୍ୟରତ ସୃତି ହେଗ୍‌ଡେ ଭାରତର ପ୍ରଥମ ମିସ୍‌ ୟୁନିଭର୍ସାଲ ପେଟିଟ୍‌ କ୍ରାଉନ୍‌ ଜିତିଛନ୍ତି। ଏହି ବିଜୟକୁ ନେଇ ସୃତିଙ୍କ ପରିବାର ଓ ଦେଶବାସୀ ଉଲ୍ଲସିତ ହୋଇଛନ୍ତି।

ମହିଳାମାନଙ୍କୁ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ସୁଯୋଗ ଦେବା ପାଇଁ ୨୦୦୯ରୁ ଆମେରିକାର ଫ୍ଲୋରିଡାସ୍ଥିତ ଥାମ୍ପାରେ ପ୍ରତିବର୍ଷ ମିସ୍‌ ୟୁନିଭର୍ସାଲ ପେଟିଟ୍‌ ଆୟୋଜିତ ହୋଇଆସୁଛି। ଜୁନ୍‌ ୧୦ରେ ସୃତି ଭାରତର ପ୍ରଥମ ମିସ୍‌ ୟୁନିଭର୍ସ ପେଟିଟ୍‌ ହେବାରେ ସୌଭାଗ୍ୟ ଲାଭ କରିଥିଲେ। ଏହି ଅବସରରେ ସୃତି କହିଛନ୍ତି, ଏହା ମୋ ପାଇଁ ସହଜ ନ ଥିଲା। ଜଣେ ଡାକ୍ତର ହେବା କେତେ କଷ୍ଟସାଧ୍ୟ ତାହା ମୁଁ ଅନୁଭବ କରିଥିଲି। ତେବେ ଉଭୟ କ୍ଷେତ୍ରରେ ସନ୍ତୁଳନ ରକ୍ଷା କରିବାକୁ ପ୍ରଥମେ ଚେଷ୍ଟା କରିଥିଲି ବୋଲି ସୃତି କହିଛନ୍ତି। ମୁକୁଟ ପରିଧାନ କରିବାବେଳେ ସୃତି କହିଥିଲେ, ସେ ବିଜୟିନୀ ହେବା ନେଇ ସେତେଟା ଭାବି ନ ଥିଲେ ବୋଲି ତ୍ୱଚାରୋଗ ବିଜ୍ଞାନ (ଡେର୍ମାଟୋଲୋଜି)ର ଏମ୍‌ଡି ଛାତ୍ରୀ ତଥା ମଡେଲ ଓ ଡ୍ୟାନ୍ସର ସୃତି ପ୍ରକାଶ କରିଛନ୍ତି। ୟୁନିଭର୍ସାଲ ପେଟିଟ୍‌ ପିଜେଣ୍ଟରେ ଭାଗନେବା ପାଇଁ ମହିଳାଙ୍କ ଉଚ୍ଚତା ୫ ଫୁଟ୍‌ ୬ ଇଞ୍ଚ (୧୬୭.୫ ସେ.ମି.)ରୁ କମ୍‌ ହୋଇଥିବା ଆବଶ୍ୟକ ବୋଲି ଏହାର ଓ୍ବେବ୍‌ସାଇଟ୍‌ରେ ଦର୍ଶାଯାଇଛି।

Share