ଆଖି ଆଗରେ ପୁଅଙ୍କୁ ହରାଇ ଭାଙ୍ଗି ପଡ଼ିଥିଲେ ସତୀଶ, ୧୨ ବର୍ଷ ପରେ…

ବମ୍ବେ: ଅଭିନେତା, କମେଡିଆନ୍‌, ନିର୍ଦ୍ଦେଶକ ତଥା ସ୍କ୍ରିନ୍‌ ଲେଖକ ସତୀଶ କୌଶିକ ଆଉ ଆମ ଗହଣରେ ନାହାନ୍ତି। ହୃଦଘାତରେ ତାଙ୍କର ପରଲୋକ ଘଟିଥିବା ଖବର ଗୁରୁବାର ସାମ୍ନାକୁ ଆସିଛି। ତେବେ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସତୀଶ ବନ୍ଧୁମାନଙ୍କ ସହ ଦିଲ୍ଲୀରେ ହୋଲି ଖେଳିଥିଲେ। ଜାଭେଦ ଅଖତର, ଶବାନା ଆଜମୀ, ଅଲି ଫୈଜଲ, ରିଚା ଚଢ୍ଢାଙ୍କ ସହ ସେ ଅନେକ ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଥିଲେ।

ଅଭିନେତା ଭାବେ ସତୀଶ ସଫଳ ଥିଲେ ହେଁ ତାଙ୍କ ବ୍ୟକ୍ତିଗତ ଜୀବନ ଅନେକ ଉତ୍ଥାନ-ପତନ ଦେଇ ଗତି କରିଥିଲା। ସେ ନିଜ ଆଖି ଆଗରେ ପୁଅକୁ ହରାଇଥିଲେ। ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ ସେ। ସେ ଏବଂ ତାଙ୍କ ପତ୍ନୀ ପୁରାପୁରି ଭାଙ୍ଗି ପଡ଼ିଥିଲେ। ପରେ ୫୬ ବର୍ଷ ବୟସରେ ସତୀଶ ଦ୍ୱିତୀୟ ଥର ଲାଗି ପିତା ହୋଇଥିଲେ।

୧୯୮୫ରେ ସତୀଶ ଶଶି କୌଶିକଙ୍କଙ୍କୁ ବିବାହ କରିଥିଲେ। ୧୯୯୬ରେ ତାଙ୍କ ପୁଅ ସାନୁ କୌଶିକଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ସାନୁ ଦୁଇ ବର୍ଷର ହୋଇଥିଲେ। ପୁଅଙ୍କ ମୃତ୍ୟୁ ସତୀଶଙ୍କୁ ଭାଙ୍ଗି ଦେଇଥିଲା। କୌଣସି ପ୍ରକାର ସେ ଏହି ଦୁଃଖକୁ ଭୁଲି ୨୦୧୨ରେ, ୧୬ ବର୍ଷ ପରେ ସରୋଗେସୀ ମାଧ୍ୟମରେ କନ୍ୟା ସନ୍ତାନ ବଶିଂକାଙ୍କ ଜନକ ହୋଇଥିଲେ। ସେତେବେଳେ ସତୀଶଙ୍କୁ ୫୬ ବର୍ଷ ବୟସ ହୋଇଥିଲା।

ସତୀଶ ଦିଲ୍ଲୀରେ ବଢ଼ିଥିଲେ। ସେ ଥିଏଟର କଳାକାର ଭାବେ ଅନେକ ଚମତ୍କାର ନାଟକରେ ଅଭିନୟ କରିଥିଲେ। ୧୯୮୩ରେ ଶେଖର କପୁରଙ୍କ ସହ କାମ କରି ଫିଲ୍ମ ‘ମାସୁମ’ରେ ସହକାରୀ ନିର୍ଦ୍ଦେଶକ ସାଜିଥିଲେ ସେ। ୩୦ ବର୍ଷ ଅଭିନୟ କ୍ୟାରିୟରରେ ସେ ୧୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହାଛଡ଼ା ଫିଲ୍ମ ନିର୍ମାତା, ସ୍କ୍ରିନ୍‌ ଲେଖକ ଭାବେ କାମ କରିବା ପରେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ଏବେ ତାଙ୍କ ପରଲୋକ ପରେ ବଲିଉଡ ସିନେମାଜଗତରେ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

Share