ବଲିଉଡ୍ର ପ୍ରସିଦ୍ଧ ତଥା ଲୋକପ୍ରିୟ ଅଭିନେତା ସତୀଶ କୌଶିକ ଗତ ସପ୍ତାହରେ କରୋନାରେ ଆକ୍ରାନ୍ତ ହୋଇଥିବା ପ୍ରଶଂସକଙ୍କୁ ଜଣାଇଥିଲେ। ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ ଆସିଥିଲା। ଏହା ପରେ ସେ ହୋମ୍ ଆଇସୋଲେଶନରେ ରହୁଥିଲେ। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ସେ କରୋନା ପରୀକ୍ଷା କରାଇବାକୁ ମଧ୍ୟ ନିବେଦନ କରିଥିଲେ।
ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କରୋନା ଯୋଗୁ ସେ ଅନେକ ଅସୁବସିଧାର ସମ୍ମୁଖୀନ ହେଉଥିଲେ। ତେଣୁ ଡାକ୍ତର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ଉପଦେଶ ଦେଇଥିଲେ। ବର୍ତ୍ତମାନ ତାଙ୍କର ମୁମ୍ବାଇର କୋକିଲାବେନ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସା ଚାଲିଛି।