ସାମ୍ନାକୁ ଆସିଲା ସତୀଶଙ୍କ ବ୍ୟବଚ୍ଛେଦ ରିପୋର୍ଟ

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ପରଲୋକ ଘଟିଛି। ତେବେ ଶେଷ ରୀତିନୀତି ପୂର୍ବରୁ ସତୀଶଙ୍କ ପୋଷ୍ଟମର୍ଟମ କରାଯାଇଥିଲା। ବର୍ତ୍ତମାନ ସତୀଶଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛ। ଯେଉଁଥିରେ ତାଙ୍କ ମୃତ୍ୟୁର କାରଣ ଜଣାପଡିଛି। ସତୀଶଙ୍କ ପୋଷ୍ଟମର୍ଟମ ରିପୋର୍ଟ ସମ୍ପର୍କରେ ନ୍ୟୁଜ ଏଜେନ୍ସି ଏଏନ୍‌ଆଇର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଏକ ପୋଷ୍ଟ ଶେୟାର କରାଯାଇଛି। ଯେଉଁଥିରେ ଅଭିନେତାଙ୍କ ପୋଷ୍ଟମର୍ଟମ କରାଯାଇଛି ବୋଲି କୁହାଯାଇଛି। ପ୍ରାଥମିକ ରିପୋର୍ଟରେ ତାଙ୍କ ଶରୀରରେ କୌଣସି ଆଘାତ ଚିହ୍ନ ଦେଖିବାକୁ ମିଳିନାହିଁ। ରିପୋର୍ଟରେ ହୃତଘାତ ଯୋଗୁ ଅଭିନେତାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share