ମୁମ୍ବାଇ ପହଞ୍ଚିଲା ସତିଶଙ୍କ ପାର୍ଥିବ ଶରୀର: ଶେଷ ଦର୍ଶନ ପାଇଁ ବାସଭବନରେ ଜମିଲା ସେଲିବ୍ରିଟିଙ୍କ ଭିଡ

ମୁମ୍ବାଇ,୯।୩: ବଲିଉଡ୍‌ର ବେଶ୍‌ ଲୋକପ୍ରିୟ ଅଭିନେତା, କମେଡିଆନ୍‌ ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ପାର୍ଥିବ ଶରୀର ଚାଟାର୍ଡ ବିମାନରେ ମୁମ୍ବାଇ ପହଞ୍ଚିଛି। ଆଉ କିଛି ସମୟ ପରେ ଅଭିନେତାଙ୍କ ପାର୍ଥିବ ଶରୀରକୁ ଆମ୍ବୁଲାନ୍ସରେ ତାଙ୍କ ବାସଭବନକୁ ନିଆଯିବ। ଅନ୍ୟପଟେ ସତିଶଙ୍କ ଅନ୍ତିମ ଦର୍ଶନ ପାଇଁ ତାଙ୍କ ବାସଭବନ ଆଗରେ ବନ୍ଧୁ ତଥା ବରିଷ୍ଠ ଅଭିନେତା, ସହଯୋଗୀ ଅଭିନେତା, ସେଲିବ୍ରିଟି ଓ ଲୋକଙ୍କ ଭିଡ଼ ଜମିଛି। ଇତିମଧ୍ୟରେ ଅଭିନେତା ଅର୍ଜୁନ କପୁର, ରାକେଶ ରୋଶନ, ବୋନି କପୁର, ଅଲ୍‌କା ୟାଗ୍ନିକ, ଅନୁପମ ଖେର ଏବଂ ରାଜ ବବ୍ବର ସତିଶଙ୍କ ଅନ୍ତିମ ଯାତ୍ରାରେ ସାମିଲ ହେବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିବା ଦେଖିବାକୁ ମିଳିଛି।

 

Share