ସନ୍ଧ୍ୟା ୫ଟାରେ ହେବ ସତିଶଙ୍କ ଅନ୍ତିମ ସଂସ୍କାର: ମୁମ୍ବାଇ ଅଭିମୂଖେ ପାର୍ଥିବ ଶରୀର

ନୂଆଦିଲ୍ଲୀ,୯।୩: ବଲିଉଡ୍‌ର ବେଶ୍‌ ଲୋକପ୍ରିୟ ଅଭିନେତା, କମେଡିଆନ୍‌ ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ହୃଦ୍‌ଘାତ ଯୋଗୁ ପରଲୋକ ଘଟିଛି। ମାତ୍ର ୬୬ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ତେବେ ଗୁରୁବାର ସନ୍ଧ୍ୟା ୫ଟାରେ ମୁମ୍ବାଇର ଭର୍ସୋବାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଏଥିପାଇଁ ସତୀଶଙ୍କ ପାର୍ଥିବ ଶରୀର ବ୍ୟବଚ୍ଛେଦ ପରେ ମୁମ୍ବାଇ ଅଭିମୂଖେ ବାହାରିଛି। ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତଦେହ ମୁମ୍ବାଇ ସ୍ଥିତ ବାସଭବନକୁ ନିଆଯିବ। ଏହାପରେ ସେଠାରେ ରୀତିନୀତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

Share