ଖୁବ୍‌ଶୀଘ୍ର ରିଲିଜ ହେବ ସତୀଶ କୌଶିକଙ୍କ ଶେଷ ଫିଲ୍ମ

ମୁମ୍ବାଇ: ଅଭିନେତା ସତୀଶ କୌଶିକ ଆମ ଗହଣରେ ଆଉ ନାହାନ୍ତି। ୬୬ ବର୍ଷ ବୟସରେ ମାର୍ଚ୍ଚ ୯ରେ ତାଙ୍କର ମୃତ୍ୟୁ ଘଟିଛି। କରାଯାଉଛି। ଯଦିଓ ସତୀଶ ଏହି ଦୁନିଆରେ ନାହାଁନ୍ତି, ତାଙ୍କ ଚଳଚ୍ଚିତ୍ର ଏବଂ ଅଭିନୟ ଯୋଗୁ ସେ ସର୍ବଦା ଲୋକଙ୍କ ହୃଦୟରେ ଜୀବନ୍ତ ରହିବେ। ବର୍ତ୍ତମାନ ସତୀଶଙ୍କ ଶେଷ ଫିଲ୍ମ ମୀର୍ଗ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମ ତାଙ୍କ କ୍ୟାରିୟରର ଶେଷ ଫିଲ୍ମ। ଫିଲ୍ମକୁ ତରୁଣ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି।

ଏହି ଚଳଚ୍ଚିତ୍ର ବିଷୟରେ ନିର୍ଦ୍ଦେଶକ କହିଛନ୍ତି, ସତୀଶ ସ୍କ୍ରିଫ୍ଟ ପଢିବାର ୨ ଘଣ୍ଟା ପରେ ଫିଲ୍ମରେ କାମ କରିବାକୁ ରାଜି ହୋଇଥିଲେ। ବର୍ତ୍ତମାନ ସତୀଶ ଆଉ ନାହାନ୍ତି ବୋଲଇ ବିଶ୍ୱାସ ହେଉନାହିଁ। ସତୀଶଙ୍କର ଏହି ଫିଲ୍ମକୁ ଦେଖିବାକୁ ବହୁତ ଇଚ୍ଛା ଥିଲା। ଫିଲ୍ମରେ ରାଜ ବାବର, ଅନୁପ ସୋନି ଏବଂ ଶ୍ୱେତା ସିଂ ଭଳି ଷ୍ଟାରକାଷ୍ଟ ମୁଖ୍ୟ ଭୂମିକାରେ ଅଛନ୍ତି।

 

Share