ଉଦ୍‌ଘାଟନର ୨୯ ଦିନ ଭିତରେ ଭାଙ୍ଗିଗଲା ୨୬୪କୋଟି ମୂଲ୍ୟର ପୋଲ

ପାଟନା,୧୬।୭: ଚଳିତ ବର୍ଷ ମୌସୁମୀ ଆସିବା ସହ ବିହାରରେ ବର୍ଷା ଓ ବନ୍ୟା ସାଧାରଣ ଜୀବନ ଯାତ୍ରାକୁ ଅସ୍ତବ୍ୟସ୍ତ କରି ଦେଇଛି। ବିହାରର ଗୋପାଳଗଞ୍ଜ ଜିଲାରେ ଗଣ୍ଡକ ନଦୀ ଉପରେ ନିର୍ମାଣ କରାଯାଇଥିବା ପୋଲ ବର୍ଷାରେ ଭାଙ୍ଗିଯାଇ ନଦୀରେ ଭାସି ଯାଇଛି। ନଦୀର ଜଳସ୍ତର ବୃଦ୍ଧି ହେବା ଓ ପ୍ରବଳ ବର୍ଷ ଫଳରେ ଏଭଳି ହୋଇଥିବା କୁହାଯାଉଛି। ଏହି ପୋଲଟି ନିର୍ମାଣ କରିବାକୁ ପାଖାପାଖି ୨୬୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ହିସାବ ରହିଛି। ସୂଚନାଯୋଗ୍ୟ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତମାସରେ ଏହି ପୋଲର ଉଦ୍‌ଘାଟନ କରିଥିଲେ। ଆଉ ଉଦ୍‌ଘାଟନର ମାତ୍ର ୨୯ ଦିନ ଭିତରେ ଏହା ନଦୀ ଗର୍ଭରେ ଲିନ ହୋଇଯାଇଛି। ପୋଲଟି ଭାଙ୍ଗିଯିବା ଫଳରେ ଚମ୍ପାରନ, ତିରହୁତ ଓ ସାରଣ ଆଦି କିଛି ଜିଲରା ସହ ସମ୍ପର୍କ ଛିନ୍ନ ହୋଇଛି।

Share