ସପ୍ତାହନ୍ତ କର୍ଫ୍ୟୁରେ ପରିବର୍ତ୍ତନ

ଲକ୍ଷ୍ନୌ,୧୧।୮: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ ନିୟନ୍ତ୍ରଣକୁ ଆସିଥିବା ବେଳେ ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। କିନ୍ତୁ ସମ୍ଭାବ୍ୟ ତୃତୀୟ ଲହରର ଆଶଙ୍କା ରହିଛି। କେରଳରେ, ଯେଉଁଠାରେ କରୋନା ମାମଲା କ୍ରମାଗତ ବୃଦ୍ଧି ପାଉଛି, ସେଠାରେ ଏଭଳି ଅନେକ ରାଜ୍ୟ ରହିଛି ଯେଉଁଠାରେ କରୋନା ମାମଲା ୧୦୦ରୁ ବି କମ୍‌ ରହୁଛି। ଏହି ରାଜ୍ୟରେ ଉତ୍ତରପ୍ରଦେଶ ମଧ୍ୟ ସାମିଲ ରହିଛି। ଇତିମଧ୍ୟରେ ଉତ୍ତରପ୍ରଦେଶ ସରକାର କରୋନା ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆଣିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସପ୍ତାହନ୍ତ କର୍ଫ୍ୟୁରେ ପରିବର୍ତ୍ତନ କରିଥିବା ଜଣାପଡ଼ିଛି। ଏଣିକି ରାଜ୍ୟରେ ୨ଦିନ ନୁହେଁ ବରଂ ଗୋଟିଏ ଦିନ ସପ୍ତାହନ୍ତ କର୍ଫ୍ୟୁ ରହିବ। ସରକାର ରାଜ୍ୟରେ ଲାଗୁ ହୋଇଥିବା ଶନିବାର କର୍ଫ୍ୟୁକୁ ହଟାଇ ଦେଇଛନ୍ତି। ବର୍ତ୍ତମାନ ରାଜ୍ୟରେ କେବଳ ରବିବାର କରୋନା କର୍ଫ୍ୟୁ ଲାଗୁ ହେବ। ଏହା ୧୪ଅଗଷ୍ଟରୁ ଲାଗୁ ହେବା କିନ୍ତୁ ରବିବାର ଲକ୍‌ଡାଉନ ଜାରି ରହିବ। ବର୍ତ୍ତମାନ ସୋମବାରରୁ ଶନିବାର ପର୍ଯ୍ୟନ୍ତ ୟୁପିରେ ସାଧାରଣ କାର୍ଯ୍ୟ ଜାରି ରହିବ ବୋଲି ସୂଚନା ରହିଛି।

Share