Categories: ଖେଳ

ଫ୍ରେଞ୍ଚ ଓପନ ପୁରୁଷ ଡବଲ ଜିତିଲେ ସାତ୍ତ୍ୱିକ-ଚିରାଗ

ପ୍ୟାରିସ୍‌,୩୧।୧୦: ଭାରତର ତାରକା ବ୍ୟାଡ୍‌ମିଣ୍ଟନ ଯୋଡି ସାତ୍ତ୍ୱିକ ସାଇରାଜ-ଚିରାଗ ସେଟ୍ଟୀ ତାଇୱାନର ଲୁ ଚିଙ୍ଗ-ୟା / ୟାଙ୍ଗ ପୋ ହାନଙ୍କୁ ପରାସ୍ତ କରି ଫ୍ରେଞ୍ଚ ଓପନ ବ୍ୟାଡମିଣ୍ଟନ ପୁରୁଷ ଡବଲ ଜିତିଛନ୍ତି। ଏହା ହେଉଛି ଉଭୟଙ୍କର ଏକାଦଶ ଟାଇଟଲ। ଏକପାଖିଆ ମ୍ୟାଚ ପ୍ରାୟ ୪୮ ମିନିଟ ଧରି ଚାଲିଥିଲା, ଆରମ୍ଭରୁ ଭାରତୀୟ ଯୋଡି କୋର୍ଟ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଏହାଦ୍ୱାରା ବିରୋଧୀ ଖେଳାଳିଙ୍କ ଜିତିବା କଷ୍ଟକର ହୋଇପଡିଥିଲା।
୧୯୮୩ ପରଠାରୁ ପ୍ରଥମ ଥର ପାଇଁ ଜଣେ ଭାରତୀୟ ଯୋଡି ଫ୍ରେଞ୍ଚ ଓପନରେ ପୁରୁଷ ଡବଲ୍ସ ଟାଇଟଲ ଜିତିଛନ୍ତି। ଏହାପୂର୍ବରୁ ୧୯୮୩ରେ ପାର୍ଥୋ ଗାଙ୍ଗୁଲି ଏବଂ ବିକ୍ରମ ସିଂଙ୍କ ଯୋଡି ଏହି କୀର୍ତ୍ତିମାନ ହାସଲ କରିଥିଲେ। ଏହି ଚମତ୍କାର ବିଜୟ ପାଇଁ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଭାରତୀୟ ଯୋଡିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share