ରାଇକିଆ,୧୬।୧୧:(ପ୍ରଦୀପ ବେହେରା): କନ୍ଧମାଳ ଏମ୍ପିଙ୍କ ରାଇକିଆ ବ୍ଲକ ପ୍ରତିନିଧି ଭାବେ ସନ୍ତୋଷ ଲେଙ୍କାଙ୍କୁ ଏମ୍ପି ସୁକାନ୍ତ ପାଣିଗ୍ରାହୀ ମନୋନୀତ କରିଛନ୍ତି । ଏ ନେଇ ଏମ୍ପି ପତ୍ର ମାଧ୍ୟମରେ ଜିଲାପାଳଙ୍କୁ ଅବଗତ କରାଇଛନ୍ତି । ରାଇକିଆ ବ୍ଲକର ସାମଗ୍ରିକ ବିକାଶ ଏବଂ ସଧାରଣ ଜନତାଙ୍କ ବିଭିନ୍ନ ସମସ୍ୟାକୁ ଏମ୍ପି ଏବଂ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ସମାଧାନ ଦିଗରେ ପ୍ରାଥମିକତା ଦେଇ କାର୍ଯ୍ୟ କରିବେ ବୋଲି ଲେଙ୍କା ପ୍ରକାଶ କରିଛନ୍ତି । ଏ ନେଇ ସେ ଏମ୍ପିଙ୍କ ସମେତ ରାଇକିଆ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି । ଭାଜପା ଜିଲା ଓବିସି ମୋର୍ଚ୍ଚା ସଭାପତି ଭାବେ ଏବଂ ବିଭିନ୍ନ ସଙ୍ଗଠନରେ କାର୍ଯ୍ୟ କରି ଆସିଥିବା ଲେଙ୍କା ପୂର୍ବରୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି ।