କଂଗ୍ରେସ ଛାଡ଼ିଲେ ସତ୍ୟପ୍ରକାଶ

ଭୁବନେଶ୍ବର,୧୮।୧(ବ୍ୟୁରୋ): ସତ୍ୟପ୍ରକାଶ ନାୟକ ମଙ୍ଗଳବାର କଂଗ୍ରେସ ଛାଡ଼ିଛନ୍ତି। ବାରମ୍ବାର ଦଳରେ କୋଣଠେସାର ଶିକାର ହେବା ପରେ ଶେଷରେ ସେ କଂଗ୍ରେସ ଛାଡ଼ିଥିବା କଥା ସୂଚାଇ ଦେଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ରରେ ଦଳୀୟ ନେତୃବୃନ୍ଦଙ୍କୁ ଟାର୍ଗେଟ କରିଛନ୍ତି। ଏହାସହ ଦଳରେ କନ୍ଦଳ ଭରି ରହିଥିବା ସେ ଉଲ୍ଲେଖ କରିଛନ୍ତି। ଅପରପକ୍ଷେ ପିସିସି ମେମ୍ବର ଲିଷ୍ଟରୁ କାଢ଼ିବା ପରେ ତାଙ୍କର ଦଳରେ କେତେ ଆବଶ୍ୟକତା ଅଛି ଏବଂ ଦଳ ତାଙ୍କୁ କେଉଁ ଦୃଷ୍ଟିରେ ଦେଖୁଛି ସେକଥା ସେ ବୁଝିସାରିଥିବା ଉଲ୍ଲେଖ କରିଛନ୍ତି। ସେ ୨୦୧୯ ସାଧାରଣ ନିର୍ବାଚନରେ ପୁରୀ ଲୋକ ସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଏମ୍‌ପି ପ୍ରାର୍ଥୀ ହୋଇଥିଲେ।

Share