ସାଂଘାଇ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଶାରୁ ସତ୍ୟ, ସୋନାଲି

ଭୁବନେଶ୍ୱର,୨୩।୬(ଶର୍ମିଷ୍ଠା ପାଣିଗ୍ରାହୀ): ଚାଇନାରେ ଅନୁଷ୍ଠିତ ହେଉଛି ୨୬ତମ ସାଂଘାଇ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ। ଏହି ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ର, ଅଭିନେତା, ଅଭିନେତ୍ରୀ ଆଦି ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥାଏ। ଏଥର ଏହି ଫେଷ୍ଟିଭାଲରେ ଓଡ଼ିଶାରୁ ସତ୍ୟରଞ୍ଜନ ଓ ସୋନାଲି ଶର୍ମିଷ୍ଠା ମହାନ୍ତି ଯୋଗଦେଇଥିବାବେଳେ ସତ୍ୟରଞ୍ଜନ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଏହି ଖବର ମିଳିବା ପରେ ପୂରା ଚଳଚ୍ଚିତ୍ର ଜଗତରେ ଖୁସି ଖେଳିଯାଇଛି। ସେମାନଙ୍କ ଅଭିନୀତ ଫିଲ୍ମ ‘ସ୍ବାହା-ଇନ୍‌ ଦ ନେମ୍‌ ଅଫ୍‌ ଫାୟାର’ ପାଇଁ ସତ୍ୟ ଓ ସୋନାଲି ଏହି ଫେଷ୍ଟିଭାଲରେ ଯୋଗଦେଇଥିଲେ। ‘ସ୍ବାହା’ ଫିଲ୍ମ ମଗଧ ଭାଷାରେ ନିର୍ମାଣ କରାଯାଇଛି। ଏହି ଫିଲ୍ମ ୫ଟି ବର୍ଗରେ ଉକ୍ତ ମହୋତ୍ସବ ପାଇଁ ମନୋନୀତ ହୋଇଥିଲା। ଏହାର ନିର୍ଦ୍ଦେଶକ ଅଭିଳାଷ ଶର୍ମା ମଧ୍ୟ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି। ଏହି ଚଳଚ୍ଚିତ୍ର ଉତ୍ସବ ୧୪ ଜୁନ୍‌ରୁ ଆରମ୍ଭ ହୋଇଥିବାବେଳେ ୨୪ ତାରିଖ ପର୍ଯନ୍ତ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଖାଇଫୋଡ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ: ୨୨ହାତ ଖାଇଦଣ୍ଡରୁ ଝୁଲିଲେ ପାଟୁଆ

ସାକ୍ଷୀଗୋପାଳ,୧୪।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ନିକଟବର୍ତ୍ତୀ ଭିଁପୁର ଓ ଦାଶବିଦ୍ୟାଧରପୁର ଗ୍ରାମରେ ପ୍ରସିଦ୍ଧ ଖାଇଫୋଡ ଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ମାନସିକ...

ନାସା ଆଣିଲା ଜବରଦସ୍ତ ଅଫର୍‌:ଟଏଲେଟ୍‌ ସଫା କଲେ ମିଳିବ ୨୫ କୋଟି ଟଙ୍କା

ଓ୍ବାଶିଂଟନ,୧୪।୪:ନାସା ସାରା ବିଶ୍ୱର ସୃଜନଶୀଳ ଲୋକଙ୍କ ପାଇଁ ଏକ ବିଶେଷ ଚ୍ୟାଲେଞ୍ଜ ଉପସ୍ଥାପନ କରିଛି। ଏହି ଚ୍ୟାଲେଞ୍ଜର ଲକ୍ଷ୍ୟ ହେଉଛି ଏପରି ପ୍ରଯୁକ୍ତିବିଦ୍ୟା ବିକଶିତ କରିବା,...

ଚୋକସିଙ୍କ ପ୍ରତ୍ୟର୍ପଣ ଅନୁରୋଧ ଦାଖଲ କରିଛି ଭାରତ: ବେଲଜିୟମ କର୍ତ୍ତପକ୍ଷ

ବ୍ରସେଲସ,୧୪।୪: ଭାରତର ପଳାତକ ବ୍ୟବସାୟୀ ମେହୁଲ ଚୋକସିଙ୍କୁ ସୋବାର ବେଲଜିୟମରୁ ଗିରଫ କରାଯାଇଛି। ଚୋକସିଙ୍କ ଗିରଫଦାରୀ ପରେ, ଆଲୋଚନା ହେଉଛି ଯେ ୨୬,୧୧ ଆକ୍ରମଣର ମାଷ୍ଟରମାଇଣ୍ଡ...

ଖଣିରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ର ତନାଘନା

ଟେନସା,୧୪।୪(ସମୀର କୁମାର ପାଢୀ): ମାଙ୍ଗାନିଜ ଓ ଆଇରନ ଚୋରି ପାଇଁ ଗଠିତ ସ୍ପେଶାଲ ଏନଫୋର୍ସମେଣ୍ଟ ସ୍କାର୍ଡ ସୋମବାର କୋଇଡା ଖଣି ଅଞ୍ଚଳରେ ପହଞ୍ଚି ତନାଘନା ଆରମ୍ଭ...

ସନ୍ତରଣରେ ବିଶ୍ୱ ରେକର୍ଡ ସୃଷ୍ଟି କଲେ ଜର୍ମାନୀର ଏହି ଅଲିମ୍ପିକ ଚାମ୍ପିୟନ

ଷ୍ଟକ୍‌ହାମ,୧୪ା୪: ଜର୍ମାନୀର ଅଲିମ୍ପିକ ଚାମ୍ପିୟନ ଲୁକାସ ମାର୍ଟେନ୍ସ ପୁରୁଷ ୪୦୦ ମିଟର ଫ୍ରିଷ୍ଟାଇଲ ରେକର୍ଡ ଭଙ୍ଗ କରିଛନ୍ତି। ସ୍ବିମ୍‌ ଓପନ୍‌ ଷ୍ଟକ୍‌ହାମରେ ସେ ଏହି ସଫଳତା...

ବ୍ଲକ ପ୍ରଶାସନର ନିର୍ଦ୍ଦେଶ ପରେ ମଧ୍ୟ ଡିଏସସି ଫେରସ୍ତ କରୁନାହାନ୍ତି ପଦଚ୍ୟୁତ ସରପଞ୍ଚ:ଉନ୍ନୟନ ମୂଳକ କାର୍ଯ୍ୟରେ ବାଧାସୃଷ୍ଟି

ଥୁଆମୂଳ ରାମପୁର,୧୪।୪-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ ଅନ୍ତର୍ଗତ ପାଡେପଦର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ସମ୍ବାରୀ ମାଝୀ ଅନାସ୍ଥା ଭୋଟରେ ହାରି ଯାଇଥିବା...

ବାଇକ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ମୁଖ୍ୟ ରାସ୍ତାରେ ବାଇକ ଧକ୍କାରେ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି। ସେ ହେଲେ କୁଲାଡର ସୁଷମା...

ଶେଷ ହେଲା ପ୍ରସିଦ୍ଧ ମା’ଦଣ୍ଡକାଳୀ ଯାତ୍ରା

ପୁରୁଷୋତ୍ତମପୁର,୧୪।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସୋମବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଯାଇଛି। ଏନେଇ ପୁରୁଷୋତ୍ତମପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image