Advertisement

ସାଂଘାଇ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଶାରୁ ସତ୍ୟ, ସୋନାଲି

ଭୁବନେଶ୍ୱର,୨୩।୬(ଶର୍ମିଷ୍ଠା ପାଣିଗ୍ରାହୀ): ଚାଇନାରେ ଅନୁଷ୍ଠିତ ହେଉଛି ୨୬ତମ ସାଂଘାଇ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ। ଏହି ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ର, ଅଭିନେତା, ଅଭିନେତ୍ରୀ ଆଦି ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥାଏ। ଏଥର ଏହି ଫେଷ୍ଟିଭାଲରେ ଓଡ଼ିଶାରୁ ସତ୍ୟରଞ୍ଜନ ଓ ସୋନାଲି ଶର୍ମିଷ୍ଠା ମହାନ୍ତି ଯୋଗଦେଇଥିବାବେଳେ ସତ୍ୟରଞ୍ଜନ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଏହି ଖବର ମିଳିବା ପରେ ପୂରା ଚଳଚ୍ଚିତ୍ର ଜଗତରେ ଖୁସି ଖେଳିଯାଇଛି। ସେମାନଙ୍କ ଅଭିନୀତ ଫିଲ୍ମ ‘ସ୍ବାହା-ଇନ୍‌ ଦ ନେମ୍‌ ଅଫ୍‌ ଫାୟାର’ ପାଇଁ ସତ୍ୟ ଓ ସୋନାଲି ଏହି ଫେଷ୍ଟିଭାଲରେ ଯୋଗଦେଇଥିଲେ। ‘ସ୍ବାହା’ ଫିଲ୍ମ ମଗଧ ଭାଷାରେ ନିର୍ମାଣ କରାଯାଇଛି। ଏହି ଫିଲ୍ମ ୫ଟି ବର୍ଗରେ ଉକ୍ତ ମହୋତ୍ସବ ପାଇଁ ମନୋନୀତ ହୋଇଥିଲା। ଏହାର ନିର୍ଦ୍ଦେଶକ ଅଭିଳାଷ ଶର୍ମା ମଧ୍ୟ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି। ଏହି ଚଳଚ୍ଚିତ୍ର ଉତ୍ସବ ୧୪ ଜୁନ୍‌ରୁ ଆରମ୍ଭ ହୋଇଥିବାବେଳେ ୨୪ ତାରିଖ ପର୍ଯନ୍ତ ଚାଲିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share