ନିର୍ବାଚନ ପୂର୍ବରୁ ସତ୍ୟବାଦୀରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ବଡ଼ ନେତା

ପୁରୀ,୧୬।୫: ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍‌କା। ଭାଜପାରୁ ଇସ୍ତଫା ଦେଇଛନ୍ତି ପୁରୀ ଜିଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ।
ଗୁରୁବାର ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇଛନ୍ତି।

ସୂଚନାଯୋଗ୍ୟ, ରମା ବଳିଆରସିଂହ ଭାଜପାର ମୁଖପାତ୍ର ମଧ୍ୟ ଥିଲେ। ୨୫ ତାରିଖରେ ସତ୍ୟବାଦୀରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ତାର କିଛି ଦିନ ପୂର୍ବରୁ ଦଳ ଛାଡିବା ଚର୍ଚ୍ଚାର ବିଷୟ ପାଲଟିଛି।

Share