ଜିଲାପାଳଙ୍କ ଅଫିସ ଆଗରେ ସାହାରା ଜମାକାରୀଙ୍କ ସତ୍ୟାଗ୍ରହ

ଛତ୍ରପୁର,୮।୨(ଡି.ଏନ.ଏ.): ସାହାରା ଓ ଅନ୍ୟାନ୍ୟ କମ୍ପାନୀ ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ଜମାଧନର ରାଶି ତୁରନ୍ତ ଫେରସ୍ତ ଦାବିରେ ବୁଧବାର ଗଞ୍ଜାମ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଗଣ ସତ୍ୟାଗ୍ରହ ଆରମ୍ଭ ହୋଇଛି। ଛତ୍ରପୁର ଉପରବସ୍‌ଷ୍ଟାଣ୍ଡ ଛକ ନିକଟରୁ ରାଲି ବାହାରି ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜମାକାରୀମାନେ ପହଞ୍ଚିଥିଲେ। ସାହାରା ଓ ଅନ୍ୟାନ୍ୟ ସଂସ୍ଥା ସମଗ୍ର ରାଜ୍ୟର ଲକ୍ଷ ଲକ୍ଷ ଜମାକାରୀଙ୍କୁ ପ୍ରଲୋଭିତ କରି ଜମାରାଶି ନେଇ ଜମାକାରୀଙ୍କୁ ଫେରସ୍ତ କରାଯାଉନାହିଁ। ଜମା ହୋଇଥିବା ରାଶି ଉପରେ ସୁଧ ହାର ଯୋଡି ଟଙ୍କା ଫେରାଇବା ଦାବିରେ ଜମାକାରୀ ଗଣ ସତ୍ୟାଗ୍ରହ କରିଥିବା ଦେଖିବାକୁ ମିଳିଛି।

Share