ଖୋଲୁଛି ସତ୍ୟଜିତଙ୍କ ପ୍ରେମପେଡ଼ି, ୪୯ ମହିଳାଙ୍କ ମଧ୍ୟରୁ ୧୧ ଜଣଙ୍କ ସହ ଯୋଗାଯୋଗ କଲା ପୋଲିସ

ଭୁବନେଶ୍ୱର,୫ା୮(ସୂର୍ଯ୍ୟକାନ୍ତ ବେହେରା): ମିଥ୍ୟା ପରିଚୟ ଦେଇ ବିବାହ ଏଗ୍ରିମେଣ୍ଟ କରି ଲକ୍ଷ ଲକ୍ଷ ଟଙ୍କା, ଗାଡି ଆଦି ଠକି ନେଇଥିବା ୫ ମହିଳାଙ୍କ ସ୍ବାମୀ ସତ୍ୟଜିତ୍‌ ସାମଲ ଏବେ ଜେଲରେ ଦିନ ଗଣୁଛନ୍ତି। ତାଙ୍କୁ ଜେଲ ପଠାଇବା ପରେ କମିଶନରେଟ ପୋଲିସ ଠକେଇ ପାଇଁ ସତ୍ୟଜିତ୍‌ଙ୍କ ପ୍ରେମ ପେଡି ଖୋଲିବାକୁ ପ୍ରୟାସ ଚଳାଇଛି। ରସିକ ଠକ ସତ୍ୟଜିତ କିଭଳି ମହିଳାମାନଙ୍କୁ ମୋହରା ବନାଇ ଠକୁଥିଲେ, ଠକେଇ ଟଙ୍କାରେ ଦୁବାଇ ଯାଇ ଅୟସ ଜୀବନ ବିତାଉଥିଲେ, ତାହାର ବିଭିନ୍ନ ଦିଗକୁ ନେଇ ଅଧିକ ଖୋଳତାଡ କରାଯାଉଥିବା ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ଇତିମଧ୍ୟରେ କୋରାପୁଟରେ ଏକ ଟ୍ରାଭେଲ୍ସରେ ଲାଗିଥିବା ସତ୍ୟଜିତଙ୍କ ୨ଟି କାର୍‌ ସହ ଡିଜିଟାଲ ଏଭିଡେନ୍ସ ଭାବେ ତାଙ୍କ ମୋବାଇଲକୁ ଜବତ କରାଯାଇଛି। ଏହାସହ ସତ୍ୟଜିତଙ୍କ ଆକାଉଣ୍ଟ ଟ୍ରାଞ୍ଜାକ୍ସନ ନେଇ ମଧ୍ୟ ତଦନ୍ତ ଜାରି ରହିଛି। ସେହିପରି କିଛି ଲ୍ୟାଣ୍ଡ ପ୍ରପର୍ଟି ରହିଛି ନା ନାହିଁ ତାହାର ମଧ୍ୟ ଖୋଳତାଡ଼ ଚାଲିଛି। ସେ ଯେତେଜଣ ମହିଳାଙ୍କୁ ଠକିଛନ୍ତି, ସମସ୍ତଙ୍କୁ ନ୍ୟାୟ ଦେବାକୁ ଚାହୁଁଛୁ ବୋଲି ଡିସିପି ସିଂ ଖବରଦାତା ସମ୍ମିଳନୀ କରି କହିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତ ସତ୍ୟଜିତ୍‌ଙ୍କ ମୋବାଇଲ ଯାଞ୍ଚବେଳେ ମାଟ୍ରିମୋନିଆଲ ସାଇଟ୍‌ ମାଧ୍ୟମରେ ୪୯ ମହିଳାଙ୍କ ସହ ତାଙ୍କର ଲିଙ୍କ୍‌ ରହିଥିବା ଜଣାପଡିଥିବାବେଳେ ୧୧ଜଣ ମହିଳାଙ୍କୁ ପୋଲିସ ଚିହ୍ନଟ କରି ଯୋଗାଯୋଗ କରିଛି। ଏହି ୧୧ଜଣ ମହିଳା ଅଭିଯୁକ୍ତଙ୍କ ସହ କଥା ହେଉଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି। ହେଲେ ସମ୍ମାନ ହାନି ଆଶଙ୍କାରେ ଅଭିଯୁକ୍ତଙ୍କ ବିରୋଧରେ ସେମାନେ ଆଗକୁ ଆସିବାକୁ ଚାହୁଁ ନାହାନ୍ତି। ତେଣୁ ମହିଳାମାନଙ୍କୁ କାଉନ୍‌ସେଲିଂ କରାଯିବ। ଅଭିଯୁକ୍ତଙ୍କ ବିରୋଧରେ ଯଦି କେହି ଅଭିଯୋଗ କରିବାକୁ ଚାହିଁବେ, ତା’ହେଲେ ପୋଲିସ ପରିଚୟ ଗୁପ୍ତ ରଖିବା ସହ ସମସ୍ତ ସହଯୋଗ ଯୋଗାଇ ଦେବ ବୋଲି ଡିସିପି କହିଛନ୍ତି। ସେହିଭଳି ଚାଟିଂ ବେଳେ ଜଣେ ମହିଳାଙ୍କୁ ୪୦ ହଜାର ଟଙ୍କା ଅଭିଯୁକ୍ତ ମାଗିଥିବା ଜଣାପଡିଛି। ଅନ୍ୟପଟେ ମାଟ୍ରିମୋନିଆଲ ସାଇଟ୍‌ରେ ସତ୍ୟଜିତ ନିଜକୁ କେବଳ ପୋଲିସର ପରିଚୟ ଦେଉ ନ ଥିଲେ, ଭିନ୍ନ ଭିନ୍ନ ମିଥ୍ୟା ପରିଚୟ ଦେଇ ମହିଳା ଓ ଯୁବତୀଙ୍କୁ ନିଜ ପ୍ରତି ଆକର୍ଷିତ କରୁଥିଲେ। ସେ କେତେବେଳେ ନିଜକୁ ପୋଲିସ ତ ପୁଣି କେତେ ବେଳେ ସିବିଆଇ ଇନ୍ସପେକ୍ଟର,ଦିଲ୍ଲୀ କ୍ରାଇମବ୍ରାଞ୍ଚର ଇନ୍ସପେକ୍ଟର ରାହୁଲ, ପାଇଲଟ, କୋଷ୍ଟ କଫି ସାଉଦି ଆରବରେ ସେଲ୍ସ ମ୍ୟାନେଜର ଥିବା ପରିଚୟ ଦେଇଥିଲେ। ତେଣୁ ସତ୍ୟଜିତ ମାଟ୍ରିମୋନିଆଲ ସାଇଟ୍‌ରେ କେତେ ଜଣଙ୍କ ସହ କଥା ହୋଇ ସମ୍ପର୍କ ବଢ଼ାଇବା ସହ ପ୍ରେମରେ ଫସାଇ ଠକେଇ କରିଛନ୍ତି ତାହାର ତଥ୍ୟ ଜାଣିବା ପାଇଁ ସମସ୍ତ ସାଇଟ୍‌କୁ କମିଶନରେଟ ପୋଲିସ ଡାଟା ମାଗିଛି ବୋଲି ଡିସିପି ସିଂ ସୂଚନା ଦେଇଛନ୍ତି।
ଅଭିଯୁକ୍ତ ସତ୍ୟଜିତ୍‌ ଜଣେ ମହିଳାଙ୍କୁ ବୈଦିକ ରୀତିରେ ବିବାହ କରିଥିବାବେଳେ ୪ଜଣଙ୍କ ସହ ବିବାହ ଏଗ୍ରିମେଣ୍ଟ କରି ଲୁଟିଥିବା ନେଇ ପୋଲିସ ପ୍ରମାଣ ପାଇଛି। ତେବେ ଠକେଇର ଶିକାର ୨ଜଣ ମହିଳା ତାଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ମାଟ୍ରିମୋନିଆଲ ଆପ୍‌ ଜୀବନସାଥୀ ଜରିଆରେ ସତ୍ୟଜିତ୍‌ ମିଥ୍ୟା ପ୍ରଲୋଭନ ଦେଖାଇ ସେମାନଙ୍କୁ ବାହା ହେବାକୁ କହି ସମ୍ପର୍କ ବଢ଼ାଇଥିଲେ। ବିଶ୍ୱାସ ଜନ୍ମାଇ ବିବାହ ଏଗ୍ରିମେଣ୍ଟ କରିଥିଲେ। ଏହାପରେ ସେ ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଟଙ୍କା, ଗାଡି ଆଦି ଲୁଟିନେଇଥିଲେ। ଦୁଇମହିଳାଙ୍କ ମଧ୍ୟରୁ ଜଣଙ୍କଠାରୁ ୩୬ଲକ୍ଷ ଟଙ୍କା ଓ କାର୍‌ ନେଇଥିବାବେଳେ ଅନ୍ୟଜଣଙ୍କଠାରୁ ୮ଲକ୍ଷ ଟଙ୍କା ଓ ଏକ ବୁଲେଟ ନେଇଛନ୍ତି। ତେବେ ଆଉ କାହାଠାରୁ କ’ଣ ଲୁଟିଛନ୍ତି ସେନେଇ ପୋଲିସ ତଥ୍ୟ ସଂଗ୍ରହରେ ଲାଗିପଡିଥିବାରୁ ଆଗକୁ ରସିକ ଠକଙ୍କ କଳା ସାମ୍ରାଜ୍ୟର ଅନେକ ଗୁମର ଖୋଲିବ ବୋଲି ଆଶା ରଖିଛି କମିଶନରେଟ ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ସୀମା ଟପିଥିଲା ଭରତପୁର ଥାନା ପୋଲିସ, କାନ୍ଦି କାନ୍ଦି ଘଟଣା ଦିନର କାହାଣୀ କହିଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର,୧୯।୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତ ପ୍ରଧାନ। ଆଉ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri