Advertisement
Categories: ଜାତୀୟ

ଦିଲ୍ଲୀ ଥାନାରେ ସତ୍ୟପାଲ

ନୂଆଦିଲ୍ଲୀ,୨୩।୪: ଦୁର୍ନୀତି ମାମଲାରେ ସିବିଆଇ ସମନ ପାଇବାର ଦିନକ ପରେ ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ୍‌ ଶନିବାର ଦିଲ୍ଲୀର ଆର୍‌.କେ. ପୁରମ୍‌ ଥାନାକୁ ଆସିଥିଲେ। ତାଙ୍କୁ ଗିରଫ କରାଯାଇଥିବା ଖବରକୁ ଦିଲ୍ଲୀ ପୋଲିସ ଖଣ୍ଡନ କରିଛି। ସତ୍ୟପାଲ ନିଜ ଇଚ୍ଛାରେ ଥାନାକୁ ଆସିଥିଲେ ବୋଲି ପୋଲିସ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ସତ୍ୟପାଲଙ୍କ ଘର ନିକଟସ୍ଥ ପାର୍କରେ ସଭା ଆୟୋଜନକୁ ପୋଲିସ ବିରୋଧ କରିଥିଲା। ଆବାସିକ ସ୍ଥାନରେ ସଭା ଆୟୋଜନ ପାଇଁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ପୋଲିସ କହିଥିଲା। ଫଳରେ ଉତ୍ତରପ୍ରଦେଶ ଓ ହରିୟାଣାର ଚାଷୀ ସଂଗଠନ ଓ ଗ୍ରାମ କମିଟି ନେତାମାନଙ୍କ ସହ ସତ୍ୟପାଲ ଥାନାରେ ପହଞ୍ଚତ୍ଥିଲେ।

Share