ଓଟିଟିରେ ରିଲିଜ ହେବ ‘ସତ୍ୟପ୍ରେମ କି କଥା’

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନିଙ୍କ ଅଭିନୀତ ଫିଲ୍ମ ‘ସତ୍ୟପ୍ରେମ କି କଥା’ ଜୁନ ୨୯ରେ ଇଦ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ବକ୍ସ ଅଫିସରେ ମୋଟ ୮୩.୮୫ କୋଟି ଟଙ୍କା ବ୍ୟବସାୟ କରିଛି। ତେବେ ଏହି ଫିଲ୍ମ ଏବେ ହଲ୍‌ରେ ଧମାଲ ମଚାଇବା ପରେ ମନୋରଞ୍ଜନ କରିବା ପାଇଁ ଓଟିଟିରେ ରିଲିଜ ହେବାକୁ ଯାଉଛି।
ସମୀର ବିଦୱାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ ହେବାକୁ ଯାଉଛି।

Share