ରିଲିଜ ହେଲା ‘ସତ୍ୟପ୍ରେମ କି କଥା’ର ଟ୍ରେଲର

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନଙ୍କ ମୋଷ୍ଟ ଆଓ୍ବେଟେଡ ମୁଭି ‘ସତ୍ୟପ୍ରେମ କି କଥା’ର ଟ୍ରେଲର ରିଲିଜ ହୋଇଯାଇଛି। ଏହି ରୋମାଣ୍ଟିକ କମେଡି ମୁଭିରେ କାର୍ତ୍ତିକ ଏବଂ କିଆରାଙ୍କ ଯୋଡି ଦିଲ ଲୁଟନେ ବାଲା ହୈ। ଫିଲ୍ମର ଟ୍ରେଲରରେ କାର୍ତ୍ତିକ ଏମିତି ଏକ ଭୂମିକାରେ ନଜର ଆସିଛନ୍ତି ଯାହାକୁ ବିବାହ ପାଇଁ ଝିଅ ମିଳୁନାହାନ୍ତି। ଏହାରି ଭିତରେ ତାଙ୍କୁ କିଆରା ମିଳୁଛନ୍ତି। ତେବେ ଟ୍ରେଲରରେ କିଆରା ଅନ୍ୟ କାହାକୁ ବିବାହ କରୁଥିବା ଦେଖିବାକୁ ମିଳିଛି। ଟ୍ରେଲରକୁ ଦେଖିଲେ ଲାଗୁଛି ଯେ ଫିଲ୍ମଟି ଫୁଲ ଏଣ୍ଟରଟେନମେଣ୍ଟ ହେବାକୁ ଯାଉଛି।

‘ସତ୍ୟପ୍ରମ କି କଥା’କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ମୋଷ୍ଟ ଆଓ୍ବେଟେଡ ମୁଭି। ଏହି ମୁଭିରେ ଉଭୟଙ୍କ ଯୋଡିକୁ ଦ୍ୱିତୀୟ ଥର ପାଇଁ ବଡ ପରଦାରେ ଦେଖିବାକୁ ମିଳିବ। ଏହାପୂର୍ବରୁ ‘ଭୁଲ-ଭୁଲୈୟା ୨’ରେ ଉଭୟଙ୍କ ଯୋଡିକୁ ଦର୍ଶକେ ବେଶ ପସନ୍ଦ କରିଥିଲେ। ଟ୍ରେଲର ଆରମ୍ଭରେ, ସିଙ୍ଗଲ କାର୍ତ୍ତିକ ଆର୍ଯ୍ୟନ କିଆରା ଆଡଭାନୀଙ୍କ ସହ ଫ୍ଲର୍ଟିଂ କରୁଥିବାବେଳେ ପରବର୍ତ୍ତୀ ସିନରେ ସେ ଏମିତି ଏକ ପୁଅ ଭାବରେ ଦେଖାଯାଉଛନ୍ତି ଯିଏ ଘରର ସମସ୍ତ କାମ କରୁଛନ୍ତି, ହେଲେ ବିବାହ ପାଇଁ ତାଙ୍କୁ ଝିଅ ମିଳୁନାହିଁ। ତୃତୀୟ ସିନରେ ଫିଲ୍ମଟି କମେଡିରେ ପରିପୂର୍ଣ୍ଣ ଭଳି ଲାଗୁଛି, ତା’ପରେ ଟ୍ରେଲରର ଫୋର୍ଥ ହାଫରେ ଆକ୍ସନ ନଜର ଆସୁଛି। ଏହି ଚଳଚ୍ଚିତ୍ରର ଟ୍ରେଲର ବହୁତ ରୋମାଞ୍ଚକର ହୋଇଛି। ଫିଲ୍ମ ଦେଖିବା ପରେ ଲାଗୁଛି ଯେ ଏହା ବହୁତ ଇଣ୍ଟରେଷ୍ଟିଂ ହେବାକୁ ଯାଉଛି।

ଫିଲ୍ମଟି ୨୯ ଜୁନ ୨୦୨୩ରେ ରିଲିଜ ହେବାକୁ ଯାଉଛି। ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସମିର ବିଦ୍ୱାଂସ। ଫିଲ୍ମରେ କାର୍ତ୍ତିକ ଓ କିଆରାଙ୍କ ବ୍ୟତୀତ ଗଜରାଜ ରାଓ ଓ ସୁପ୍ରିୟା ପାଠକଙ୍କ ଭଳି କଳାକାର ଲିଡ ରୋଲରେ ନଜର ଆସିବେ।

Share