ଏସିଆ ବୁକ୍‌ ଅଫ ରେକର୍ଡରେ ସତ୍ୟଙ୍କ କ୍ଷୁଦ୍ରତମ ତ୍ରିରଙ୍ଗା

ବ୍ରହ୍ମପୁର ଅଫିସ୍‌,୧୩ା୧୨: ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ କ୍ଷୁଦ୍ରତମ ତ୍ରିରଙ୍ଗା ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି। ଗତ ଅଗଷ୍ଟ ମାସରେ ସ୍ବାଧୀନତା ଦିବସ ଅବସରରେ ସତ୍ୟ ୧ ମିଲିମିଟରର ଜାତୀୟ ପତାକା ନିର୍ମାଣ କରିଥିଲେ। ଏହାକୁ ସେ ଇଣ୍ଡିଆ ବୁକ ଅଫ ରେକର୍ଡ ନିମନ୍ତେ ଆବେଦନ କରିଥିଲେ। ଅଗଷ୍ଟ ୨୯ ତାରିଖରେ ଏହା ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିଲା। ପରେ ସେ ଏହି କ୍ଷୁଦ୍ରତମ ତ୍ରିରଙ୍ଗାକୁ ଏସିଆ ବୁକ ରେକର୍ଡରେ ସ୍ଥାନ ଦେବା ନିମନ୍ତେ ସେପ୍ଟମ୍ବର ୭ ତାରିଖରେ ଆବେଦନ କରିଥିଲେ। ବର୍ତ୍ତମାନ ସତ୍ୟଙ୍କ ଏହି କଳାକୃତି ଏସିଆ ବୁକ ଅଫ ରେକର୍ଡ ହାସଲ କରିଛି।

Share