Categories: ଖେଳ

ସତ୍ୟବତୀଙ୍କ ଡବଲ୍‌ ଗୋଲ: ଓଡ଼ିଶା ବିଜୟୀ

ଭୁବନେଶ୍ୱର, ୨୪।୬, (ତପନ ସ୍ବାଇଁ): ପଞ୍ଜାବର ଅମୃତସରରେ ଚାଲିଥିବା ହିରୋ ସିନିୟର ଜାତୀୟ ମହିଳା ଫୁଟବଲ ଚାମ୍ପିୟନଶିପ୍‌ରେ ଓଡ଼ିଶା ଶୁକ୍ରବାର ୨-୦ ଗୋଲରେ ଚଣ୍ଡିଗଡ଼କୁ ପରାସ୍ତ କରିଛି। ଓଡ଼ିଶା ପକ୍ଷରୁ ୨ଟି ଯାକ ଗୋଲ ସ୍କୋର କରିଥିଲେ ସତ୍ୟବତୀ ଖାଡ଼ିଆ। ସେ ମ୍ୟାଚର ୨୭ ଓ ୮୭ତମ ମିନିଟରେ ଗୋଲ ଦୁଇଟି ଦେଇଥିଲେ। ଓଡ଼ିଶା ଇତିମଧ୍ୟରେ ୫ଟି ମ୍ୟାଚ ଖେଳି ସାରିଥିବାବେଳେ ୪ ବିଜୟ ଓ ୧ ପରାଜୟ ସହ ୧୨ ପଏଣ୍ଟ ପାଇଛି। ଫଳରେ ଦଳ ଗ୍ରୁପ୍‌ ‘ଏ’ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ତାମିଲନାଡ଼ୁ ୫ ମ୍ୟାଚରୁ ୧୫ ପଏଣ୍ଟ ପାଇ ଶୀର୍ଷରେ ରହିଛି। ଝାଡ଼ଖଣ୍ଡ, ଚଣ୍ଡିଗଡ଼ ଓ କର୍ନାଟକ ୪ ପଏଣ୍ଟ ଲେଖାଏ ଏବଂ ପଞ୍ଜାବ ୩ ପଏଣ୍ଟ ପାଇ ପଛକୁପଛ ରହିଛନ୍ତି।

Share