Categories: ଜାତୀୟ

ଦିନଦୟାଲରୁ ଏଲଏନଜେପି ହସ୍ପିଟାଲ ସ୍ଥାନାନ୍ତର ହେଲେ ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ,୨୫।୫: ଆମ ଆଦମୀ ପାର୍ଟି(ଏଏପି)ର ନେତା ତଥା ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କର ତିହାର ଜେଲରେ ସ୍ବାସ୍ଥ୍ୟ ବିଗିଡିଯିବା କାରଣରୁ ଗୁରୁବାର ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଛି। ପ୍ରଥମେ ତାଙ୍କୁ ଦିଲ୍ଲୀର ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲ ନିଆଯାଇଥିଲା ହେଲେ ପରେ ତାଙ୍କୁ ଲୋକ ନାୟକ ଜୟ ପ୍ରକାଶ(ଏଲଏନଜେପି) ହସ୍ପିଟାଲକୁ ରେଫର କରାଯାଇଛି।

ସୂଚନାଯୋଗ୍ୟ, ଏଏପି ନେତାଙ୍କୁ ଗତବର୍ଷ ମେ’ରେ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଥିଲା। ସେବେଠାରୁ ସେ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଅଛନ୍ତି। ଗୁରୁବାର ମୁଣ୍ଡ ବୁଲାଇବାରୁ ସେ ଗାଧୁଆଘରେ ପଡି ଯାଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଆମ ଆଦମୀ ପାର୍ଟି(ଏଏପି) ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥକୁ ନେଇ କହିଛି, ଏହା ପୂର୍ବରୁ ବି ଥରେ ଜୈନ ଗାଧୁଆ ଘରେ ପଡିଯାଇଥିଲେ ଓ ତାଙ୍କ ମେରୁଦଣ୍ଡ ହାଡରେ ଆଘାତ ଲାଗିଥିଲା।

Share