Categories: ଜାତୀୟ

ହାଇକୋର୍ଟରେ ଜାମିନ ନାମଞ୍ଜୁର ପରେ ସୁପ୍ରିମକୋର୍ଟରେ ଆବେଦନ କଲେ ସତ୍ୟେନ୍ଦ୍ର

ନୂଆଦିଲ୍ଲୀ,୧୫।୫: ତିହାର ଜେଲରେ ଥିବା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଛନ୍ତି। ୬ ରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରିଦେବା ପରେ ଜୈନ ସୁପ୍ରିମକୋର୍ଟରେ ଆବେଦନ କରିଥିବା ଜଣାପଡିଛି। ତେବେ ନିମ୍ନ ଅଦାଲତର ନିଷ୍ପତ୍ତିରେ କୌଣସି ତ୍ରୁଟି ନାହିଁ, ତେଣୁ ଜୈନଙ୍କୁ ଜାମିନ ଦିଆଯାଇପାରିବ ନାହିଁ ବୋଲି କହି ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ।

ହାଇକୋର୍ଟ କହିଛନ୍ତି, ଯାଞ୍ଚ ବେଳେ ଏଭଳି ପ୍ରମାଣ ମିଳିଛି, ଯେଉଁଥିରେ ଅର୍ଥ କାରବାରରେ ସମ୍ପୃକ୍ତ ଥିବା ଚାରିଟି କମ୍ପାନୀରେ ଜୈନ ଏବଂ ତାଙ୍କ ପରିବାରର ସମ୍ପୃକ୍ତି ଥିବା ଦର୍ଶାଯାଇଛି। ହାଇକୋର୍ଟ କହିଛନ୍ତି , ଜୈନ ଜଣେ ପ୍ରଭାବଶାଳୀ ବ୍ୟକ୍ତି, ଯିଏ ବାହାରକୁ ଯାଇ ତଦନ୍ତକୁ ପ୍ରଭାବିତ କରିପାରନ୍ତି। ନିମ୍ନ ଅଦାଲତର ନିଷ୍ପତ୍ତିରେ କୌଣସି ଅଭାବ ଦେଖାଯାଇ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି।

Share