Categories: ଜାତୀୟ

୧୪ ଦିନିଆ ନ୍ୟାୟିକ ହେପାଜତରେ ସ୍ବାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ,୧୩।୫: ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ବେଆଇନ ଅର୍ଥ କାରବାରରେ ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ସୋମବାର ଏହି ମାମଲାର ଶୁଣାଣି କରି ରୋଜ ଏଭେନ୍ୟୁ କୋର୍ଟ ସତୈନ୍ଦ୍ରଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛି । ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗତ ମେ ୩୦ରେବେଆଇନ ଅର୍ଥ କାରବାର ମାମଲାରେ ତାଙ୍କୁ ଗିରଫ କରିଥିଲା।
ସେହିପରି ସତ୍ୟେନ୍ଦ୍ର ରୋଜଏଭେନ୍ୟୁ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ତେବେ ଏହି ମାମଲାର ଶୁଶାଣି ମଙ୍ଗଳବାର ସକାଳ ୧୧ଟାରେ ହେବ । ଗତ ମେ ୩୧ ରୁ ଅର୍ଥ ହେରଫେର ମାମଲାରେ ଇଡି ସତ୍ୟେନ୍ଦ୍ରଙ୍କୁ ରିମାଣ୍ଡରେ ନେଇଥିଲା।

Share