Categories: ଜାତୀୟ

ଆହୁରି ୧୪ ଦିନ ନ୍ୟାୟିକ ହେପାଜତରେ ରହିବେ ସତ୍ୟେନ୍ଦ୍ର

ନୂଆଦିଲ୍ଲୀ,୨୭।୬: ପୁଣି ଅଢୁଆରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ସେ ଆହୁରି ୧୪ ଦିନ ନ୍ୟାୟିକ ହେପାଜତରେ ରହିବେ। ସୋମବାର ଦିଲ୍ଲୀର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ସତ୍ୟେନ୍ଦ୍ରଙ୍କ ନ୍ୟାୟିକ ହେପାଜତକୁ ଦୁଇ ସପ୍ତାହ ବଢାଇ ଦେଇଛନ୍ତି। ବେଆଇନ୍‌ ଅର୍ଥ କାରବାରରେ ମାମଲାରେ ସତ୍ୟେନ୍ଦ୍ରଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗିରଫ କରିଥିଲା। ସ୍ବତନ୍ତ୍ର ବିଚାରପତି ଗୀତାଞ୍ଜଳି ଗୋୟଲ ଏକ ଭିଡିଓ କନଫରେନ୍ସ ଜରିଆରେ ଜୈନଙ୍କ ହେପାଜତକୁ ବଢାଇବା ପାଇଁ ଇଡି ଦ୍ୱାରା କରାଯାଇଥିବା ଏକ ପିଟିସନରେ ଏହି ଆଦେଶ ଦେଇଥିଲେ। ଦିନକ ପୂର୍ବରୁ ଜଜ୍‌ ଏହି ଆବେଦନକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ ଯେ, ପ୍ରକ୍ରିୟା ସମୟରେ ଜୈନ କିମ୍ବା ତାଙ୍କ ପ୍ରତିନିଧିତ୍ୱ କରୁଥିବା କୌଣସି ଓକିଲ କୋର୍ଟରେ ଉପସ୍ଥିତ ନଥିଲେ।

Share