Categories: ଜାତୀୟ

ସତ୍ୟେନ୍ଦ୍ରଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୬।୪: ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ମଧ୍ୟ ସତ୍ୟେନ୍ଦ୍ରଙ୍କ ଜାମିନକୁ ବିରୋଧ କରିଥିଲା। ଇତି ମଧ୍ୟରେ ଇଡି କୋର୍ଟଙ୍କୁ କହିଛି ଯେ, ଯଦି ସତ୍ୟେନ୍ଦ୍ରଙ୍କ ଜାମିନ ପ୍ରଦାନ କରାଯାଏ ତେବେ ଏହି ମାମଲାରେ ସାକ୍ଷୀଙ୍କ ଜୀବନ ପ୍ରତି ବିପଦ ଆସିପାରେ। ତଦନ୍ତ ମଧ୍ୟ ପ୍ରଭାବିତ ହୋଇପାରେ।

ସତ୍ୟେନ୍ଦ୍ର ଜୈନ ମଧ୍ୟ କିଛି ମାସ ପୂର୍ବରୁ ଦିଲ୍ଲୀ ହାଇକୋର୍ଟରେ ତାଙ୍କ ଜାମିନ ଆବେଦନ ଉପରେ ଶୀଘ୍ର ଶୁଣାଣି ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କୋର୍ଟ ଏହି ଆବେଦନ ଉପରେ ଶୁଣାଣି ପାଇଁ ମନା କରିଦେଇଥିଲେ। ଯାହା ପରେ ସତ୍ୟେନ୍ଦ୍ରଙ୍କୁ ତାଙ୍କ ଆବେଦନ ପ୍ରତ୍ୟାହାର କରିବାକୁ ପଡିଥିଲା।

Share