ନୂଆଦିଲ୍ଲୀ,୨୩।୫: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସମ୍ପର୍କରେ ବଡ ଖବର ସାମ୍ନାକୁ ଆସିଛି। ସଫଦରଜଙ୍ଗ ହସ୍ପିଟାଲର ଡାକ୍ତରମାନେ କହିଛନ୍ତି କି ତାଙ୍କ ମେରୁଦଣ୍ଡ ହାଡରେ ଆଘାତ ଲାଗିଛି। ଡାକ୍ତରଙ୍କ ରିପୋର୍ଟ ପରେ ସେ କିପରି ମେରୁଦଣ୍ଡରେ ଆଘାତ ପାଇଛନ୍ତି ତାହା ମଧ୍ୟ ଯାଞ୍ଚ କରାଯାଇଥିଲା। ତେବେ ସେ ତିହାର ଜେଲର ବାଥରୁମରେ ପଡ଼ିଯାଇଥିବା ଜଣାପଡିଛି। ସଫଦରଜଙ୍ଗ ହସ୍ପିଟାଲର ଡାକ୍ତରମାନେ କହିଛନ୍ତି ଯେ ଜେଲ ବାଥରୁମରେ ପଡ଼ିଯିବା ପରେ ତାଙ୍କ ମେରୁଦଣ୍ଡରେ ଆଘାତ ଲାଗିଛି। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ଏକ ବର୍ଷ ମଧ୍ୟରେ ତାଙ୍କର ଓଜନ ୩୫ କିଲୋଗ୍ରାମ ହ୍ରାସ ପାଇଛି ।
ସଫଦରଜଙ୍ଗର ଡାକ୍ତରମାନେ ସୋମବାର ତାଙ୍କ ସ୍ବାସ୍ଥ ପରୀକ୍ଷା ପରେ କହିଥିଲେ କି ଜୈନଙ୍କ ମେରୁଦଣ୍ଡ ହାଡରେ ଗଭିର ଆଘାତ ଲାଗିଛି। ଗାଧୁଆଘରେ ପଡିଯିବାରୁ ତାଙ୍କର ଏଭଳି ସମସ୍ୟା ହୋଇଛି। ହେଲେ ଏହା କେତେ ପରିମାଣର କ୍ଷତିକାରକ ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଆଘାତ କାରଣରୁ ସେ ଅସୁସ୍ଥ ହୋଇପଡିଛନ୍ତି।