Categories: ଜାତୀୟ

ସତ୍ୟେନ୍ଦ୍ର ଜୈନ, ରାଘବ ଚଢାଙ୍କୁ ଝଟକା

ନୂଆଦିଲ୍ଲୀ,୧୦।୧୧: ଦିଲ୍ଲୀର ରୌଜ୍‌ ଏଭେନ୍ୟୁ କୋର୍ଟ ଆମ ଆଦମୀ ଦଳର ନେତା ସତ୍ୟେନ୍ଦ୍ର ଜୈନ ଏବଂ ରାଘବ ଚଢାଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ନିମ୍ନ ଅଦାଲତ ବିରୋଧରେ ଉଭୟ ନେତାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ କୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ଦିଲ୍ଲୀ ଭାରତୀୟ ଜନତା ପାର୍ଟି ନେତା ଛେଲ ବିହାରୀ ଗୋସ୍ବାମୀଙ୍କ ଦ୍ୱାରା ଦାଖଲ ହୋଇଥିବା ଅପରାଧିକ ମାନହାନୀ ମାମଲାରେ ଏଏପି ନେତା ଜୈନ ଏବଂ ଚଢା କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ। ଏହି ମାମଲାରେ କୋର୍ଟ ନିମ୍ନ ଅଦାଲତର ଆଦେଶକୁ ଆଇନ ସହିତ ସଠିକ୍‌ ଏବଂ ବୈଧ ବୋଲି ବିଚାର କରିଛନ୍ତି।

Share