ଦେଶରେ ହେଲାଣି ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୩୦ ।୧୨: ଦେଶରେ ବେଳକୁ ବେଳ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହା ସାଙ୍ଗକୁ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମଣରେ ବି ଲଗାମ ଲାଗି ପାରୁନାହିଁ । ଏହାକୁ ଦେଖି ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଦେଶରେ ହୋଇ ସାରିଲାଣି ଓମିକ୍ରନର ଗୋଷ୍ଠୀ ସଂକ୍ରମଣ । ବିଶେଷ କରି ରାଜଧାନୀରେ ଏହାର ଗୋଷ୍ଠୀ ସଂକ୍ରମଣ ହୋଇସାରିଥିବା ସେ ପ୍ରକାଶ କରିଛନ୍ତି । କାରଣ ଏବେ ଦିଲ୍ଲୀରେ ଯେଉଁ ଓମିକ୍ରନ୍ ସଂକ୍ରମିତ ମିଳୁଛନ୍ତି ସେମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ ଅର୍ଥାତ୍ ସେମାନେ ନିକଟରେ ବାହାରକୁ ଯାତ୍ରା କରି ନାହାନ୍ତି ।
ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ବୁଧବାର ଦିଲ୍ଲୀରେ ୯୨୩ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରୁ ୪୬ ପ୍ରତିଶତ ଥିଲେ ଓମିକ୍ରନ୍ ସଂକ୍ରମିତ । ଏମାନଙ୍କ ମଧ୍ୟରୁ ୨୦୦ ହସ୍ପିଟାଲରେ ଥିବା ବେଳେ ୧୧୫ ଜଣ ବାହାରେ ଅଛନ୍ତି । ହସ୍ପିଟାଲରେ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ରଖାଯାଇଛି । ଏହାକୁ ନେଇ ରାଜଧାନୀରେ ଷ୍ଟେଜ-୧ ଲାଗୁ କରାଯାଇଛି । ଆଗକୁ କ’ଣ ପ୍ରତିବନ୍ଧକ ଲାଗିବ ସେ ନେଇ ଡିଡିଏମ୍‌ଏ ବୈଠକରେ ନିଷ୍ପତ୍ତି ନିଆଯିବ ।

Share