ତିହାର,୧୯।୧୧ : ଭାଜପା ଶନିବାର ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଘେରିଛି। ତିହାର ଜେଲରେ ଏଏପି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ତାଙ୍କ ଜେଲ ସେଲରେ ମସାଜ କରାଯାଉଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ମସାଜ ସମୟରେ ସେ ସେ ତାଙ୍କୁ ଦେଖିବାକୁ ଆସୁଥିବା ଲୋକଙ୍କୁ ସ୍ବାଗତ କରୁଥିବାର ଭିଡିଓରେ ଦେଖିବାକୁ ମିଳୁଛି।
ଏନେଇ କେଜରିଓ୍ବାଲଙ୍କ ନୀରବତା ଉପରେ ସେ ପ୍ରଶ୍ନ କରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓର ଉଦ୍ଦେଶ୍ୟରେ ଭାଜପା ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ ଆମ ଆଦମୀ ପାର୍ଟି ଏକ ସ୍ପା ଏବଂ ମସାଜ ପାର୍ଟିରେ ପରିଣତ ହୋଇଛି। ଜେଲରେ ଜୈନଙ୍କ ଆଚରଣ ସମ୍ପର୍କରେ ବାଖ୍ୟା କରିବାକୁ ସେ କେଜରିୱାଲଙ୍କୁ କହିଛନ୍ତି।
ଭାଟିଆ ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି, କେଜରିୱାଲ ବର୍ତ୍ତମାନ କେଉଁଠାରେ ଲୁଚିଛନ୍ତି। ଆଇନ ଏବଂ ଜେଲ ନିୟମ ଉଲ୍ଲଂଘନ କରି ଜୈନଙ୍କୁ ତାଙ୍କ କୋଠରୀରେ ମସାଜ କରିବା ଏବଂ ପରିଦର୍ଶକଙ୍କୁ ଭେଟିବା ଦେଖିବାକୁ ମିଳୁଛି। ଜେଲରେ ଥିବା ଏହି ଭିଭିଆଇପି ସଂସ୍କୃତି ଗଣତନ୍ତ୍ର ପାଇଁ ବିପଦଜନକ ଅଟେ। ସେ କହିଛନ୍ତି ଯେ ପାଞ୍ଚ ମାସରୁ ଅଧିକ ସମୟ ଧରି ଜେଲରେ ରହିବା ଜୈନଙ୍କୁ କେଜରିୱାଲ ତାଙ୍କ ସରକାରରେ ମନ୍ତ୍ରୀ ପଦରୁ ହଟାଇ ନାହାଁନ୍ତି।
ଜୈନ ବର୍ତ୍ତମାନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ପଞ୍ଜୀକୃତ ହୋଇଥିବା ମନି ଲଣ୍ଡରିଂ ମାମଲାରେ ତିହାର ଜେଲରେ ରହିଛନ୍ତି। ଏଜେନ୍ସି ଏହି ମାସ ଆରମ୍ଭରେ ଏକ କୋର୍ଟକୁ ସୂଚନା ଦେଇଥିଲା ଯେ ମନ୍ତ୍ରୀ ଜେଲରେ ମସାଜ କରୁଛନ୍ତି ଏବଂ ଅନ୍ୟାନ୍ୟ ସୁବିଧା ପାଇଛନ୍ତି। ଭାଟିଆ ଅଭିଯୋଗ କରିଛନ୍ତି ଯେ ଜୈନ ତାଙ୍କ ଜେଲ ସେଲରେ ପରିଦର୍ଶକମାନଙ୍କ ସହ ଆଲୋଚନା କରୁଥିବା ଭିଡିଓକୁ ଜାଣିଶୁଣି ଅଦଳ ବଦଳ କରାଯାଇଛି।