ନୂଆଦିଲ୍ଲୀ, ୯ ।୬: ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅସୁବିଧା ବଢିବାରେ ଲାଗିଛି । ମନି ଲଣ୍ଡରିଂ ମାମଲାରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ସତ୍ୟେନ୍ଦ୍ର ଜୈନଙ୍କୁ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରିବା ସମୟରେ ତାଙ୍କ ରିମାଣ୍ଡକୁ ଆଉ କିଛିଦିନ ବଢାଇବାକୁ କହିଥିଲା ଆଉ ଏହାକୁ କୋର୍ଟ ସ୍ୱୀକାର କରି ନେଇଛନ୍ତି । ଏବେ ସତ୍ୟେନ୍ଦ୍ର ଜୈନଙ୍କ ରିମାଣ୍ଡ ୧୩ ଜୁନ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।
ସୂଚନାଯୋଗ୍ୟ, କୋର୍ଟ ବାହାରକୁ ଆସିବା ସମୟରେ ହଠାତ୍ ଜୈନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ତାଙ୍କୁ ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଇଡି ସତ୍ୟେନ୍ଦ୍ର ଜୈନଙ୍କୁ ନେଇ ଦଲିଲ ଦେଇଛି କି ରିମାଣ୍ଡ ପରେ ଲାଲା ଶେର ସିଂ ମେମୋରିଆଲ ଟ୍ରଷ୍ଟ ପରିସରର ତଲାସି ନିଆଯାଇଥିଲା । ଏଥିରୁ ଜଣାପଡିଥିଲା କି ସତ୍ୟେନ୍ଦ୍ର ଜୈନ ଏହାର ଅଧ୍ୟକ୍ଷ ରହିଛନ୍ତି ।