Categories: ଜାତୀୟ

ସତ୍ୟେନ୍ଦ୍ରଙ୍କ ଜାମିନ୍‌ ଆବେଦନ ଖାରଜ

ନୂଆଦିଲ୍ଲୀ,୧୮।୬: ବେଆଇନ୍‌ ଅର୍ଥ କାରବାରରେ ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ଆମ ଆଦମୀ ନେତା ସତ୍ୟେନ୍ଦ୍ର ଜୈନ ବଡ ଝଟକା। ଶନିବାର ସତ୍ୟେନ୍ଦ୍ରଙ୍କ ଜାମିନ୍‌ ଆବେଦନକୁ ସ୍ବତନ୍ତ୍ର ସିବିଆଇ କୋର୍ଟ ଖାରଜ କରିଦେଇଛନ୍ତି।
ସୂଚନାଯୋଗ୍ୟ, ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ରଙ୍କୁ ଇଡି ମେ’ ୩୦ ତାରିଖରେ ଗିରଫ କରିଥିଲା। ଜୁନ ୬ରେ, ଇଡି ଅଧିକାରୀମାନେ ସତ୍ୟେନ୍ଦ୍ରଙ୍କ ସହ ଜଡିତ ସାତୋଟି ସ୍ଥାନରେ ଚଢାଉ କରିଥିଲେ। ଏହା ପରେ ଶୁକ୍ରବାର ସତ୍ୟେନ୍ଦ୍ର ଓ ତାଙ୍କର ସହଯୋଗୀଙ୍କ ୧୦ଟି ସ୍ଥାନରେ ଦ୍ୱିତୀୟ ଥର ପାଇଁ ଇଡି ଚଢାଉ କରିଛି ।

Share